ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକିୟାରେ ସଫଳତା ଏବଂ ଉତ୍ତର କାର୍ଯ୍ୟ ସମାପନ ପାଇଁ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିବା ଜଣାଯାଇଛି । ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ଜିଲ୍ଲାରେ ସଂଶୋଧନ କାର୍ଯ୍ୟ ଚାଲୁ ରହିଥିଲା । ଏଥିରେ ଅସିଷ୍ଟାଣ୍ଡ କଲେକ୍ଟର ଶ୍ରୀକୁମାର ରଥ, ଅନୀତା ରାମ ପ୍ରମୂଖ ସହଯୋଗ କରିଥିଲେ । ରାଜ୍ୟରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସବୁଠାରୁ ନୟାଗଡ଼ ଜିଲ୍ଲା ଉତ୍ତର ପଦର୍ଶନ କରିଥିବାରୁ ରାଜ୍ୟ ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳଙ୍କ ପାଖକୁ ମାନପତ୍ର ଏବଂ ମେମୋଣ୍ଟ ପଠାଇଥିବା ସୂଚନା ମିଳିଛି । ଭୋଟର ତାଲିକା ସଂଶୋଧନ ପ୍ରକିୟାରେ ସହଯୋଗ କରିଥିବା କର୍ମଚାରୀଙ୍କୁ ଉପଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।





