ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ରେ ଏସଟିଏଫ୍ ଟିମର ଚଢାଉ । ଜଣଙ୍କ ଘରୁ ଲକ୍ଷାଧିକ ନଗଦ ଟଙ୍କା, ବ୍ରାଉନ ସୁଗାର ଓ ବନ୍ଧୁକ ଜବତ କରିଛି ଏସଟିଏଫ୍ ଟିମ୍ । ମୁଖ୍ୟ ଅଭିଯୁକ୍ତ ଖସିଯାଇଥିବା ଜଣାପଡିଛି । ରାତାରାତି ଏସଟିଏଫ୍ ଟିମ୍ ଜବତ ହୋଇଥିବା ସମସ୍ତ ସାମଗ୍ରୀ ଭୁବନେଶ୍ୱର ନେଇଯାଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଉଦୟପଥ ଲେନରେ ଦୀର୍ଘ ୨ମାସ ଧରି ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଘରଭଡା ନେଇ ରହିଆସୁଥିଲା । ଭୁବନେଶ୍ୱରରୁ ବିଭିନ୍ନ ସମୟରେ ବ୍ରାଉନ ସୁଗାର ଆଣିବାର ଖବର ଏସଟିଏଫ୍ ଫାଖରେ ଥିଲା । ହେଲେ ଆଜି ଅଚାନକ୍ ଏସଟିଏଫ୍ ଟିମ୍ ଉଦୟପଥ ଭଡାଘରେ ଚଢାଉ କରିଥିଲା । ଚଢଉ ସମୟରେ ବ୍ରାଉନ ସୁଗାର ବ୍ୟବସାୟୀ ଜଣଙ୍କ ଖସିଯାଇଥିଲା । ତେବେ ଏସଟିଏଫ୍ ଟିମ୍ ଚଢାଉ ସମୟରେ ନୟାଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଘରେ ତନ୍ନ ତନ୍ନ କରି ତନଖି କରାଯାଇଥିଲା । ତନଖି ସମୟରେ ଘରୁ ବ୍ରାଉନ ସୁଗାର ଯାହାର ଆନୁମାନିକ ସାଢେ ୪କେ.ଜି, ୩ଟି ବନ୍ଧୁକ ଓ ୬୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଏସଟିଏଫ୍ ଟିମ୍ ରାତି ୧୨ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ଦୀର୍ଘ ଦେଢ ଘଣ୍ଟା ଧରି ଚଢାଉ କରିଥିଲା ।





