ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଡ଼ିପଡ଼ା ଗାଁରୁ ଏକ ୧୫ ଫୁଟିଆ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁକୁରିଆ ବେହେରାଙ୍କ ଘରେ ଏହି ଅହିରାଜ ସାପ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଏହି ସାପକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ । ତେବେ ଏନେଇ ଲୋକେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଜୟ କୁମାର ଦାଶଙ୍କୁ ସୂଚନା ଦେବା ପରେ ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ଏବଂ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଂଚି ସାପଟିକୁ ଉଦ୍ଧାର କରିଥିବା ଜଣାଯାଇଛି । ଆଜି ଏହାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି ।






