ଭାପୁର ପଂଚାୟତ ପ୍ରତିନିଧି ଦେଲେ ୨ ଲକ୍ଷ
ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ମୋଟ ୮୫୦ ଜଣ ରୋଗୀଙ୍କୁ ଆଇସୋଲେସନ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ଚାଲିଛି । ଗତକାଲି ଜିଲ୍ଲାପାଳ ଭିଡିଓ କନଫରେନସ୍ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଉପରେ ତାଗିଦ୍ କରିବା ପରେ ଆଜି କିଛିଟା ପରିବର୍ତ୍ତନ ଆସିଛି । ବିଭିନ୍ନ ପଂଚାୟତମାନଙ୍କରେ ଆଇସୋଲେସନ୍ କେନ୍ଦ୍ର ଖୋଲାଯାଇଥିବାର ଜଣାପଡ଼ିଛି । ଆଜି ଜିଲ୍ଲାପାଳ ବସନ୍ତ ମଂଜରୀ ଚିକିତ୍ସାଳୟ ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟାର ସମୀକ୍ଷା କରିବା ସହ ନିର୍ମାଣଧିନ ଆଇସୋଲେସନ୍ ସେଣ୍ଟର ବୁଲି ଦେଖିଛନ୍ତି । ଏହା ସହିତ ବିଭିନ୍ନ ପଂଚାୟତରେ ଖୋଲା ଯାଇଥିବା ଆଇସୋଲେସନ୍ ଗୃହ ସ୍ଥିତି ସଂମ୍ପର୍କରେ ସମୀକ୍ଷା କରିଛନ୍ତି । ଖୁବଶ୍ରୀଘ୍ର କାମ ଶେଷ ନକରିଲେ କଠୋର ଦଣ୍ଡ ମିଳିବ ବୋଲି ଚେତାନବୀ ଦେଇଛନ୍ତି । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ୭୦୦୮୭୪୯୩୭୭ ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ୯୯୩୭୪୨୬୬୧ ଏବଂ ଅଫିସ୍ ନମ୍ବର ୦୬୭୫୩-୨୫୨୪୩୯ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ସେହିଭଳି ଭାବେ ଆଜି ଭାପୁର ବ୍ଲକର ପଂଚାୟତ ପ୍ରତିନିଧିମାନଙ୍କ ପକ୍ଷରୁ ଭାପୁର ଉପାଧ୍ୟକ୍ଷ ଗୟାଧର ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ଜରିଆରେ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।







