ନୟାଗଡ଼, (ବାଘୁଆବାର୍ତ୍ତା) : ଶିରିଡ଼ି ସାଇ ବାବାଙ୍କ ଜନ୍ମ ସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କ ବକ୍ତବ୍ୟକୁନେଇ ନୟାଗଡ଼ରେ ବିରୋଧର ସ୍ୱର ଉଠିଛି । ତୁଳସୀପୁଠାରେ ଅବସ୍ଥିତ ସାଇ ମନ୍ଦିରରେ ସାଇଭକ୍ତମାନେ ହାତରେ ପ୍ଲାକାର୍ଡ଼ ଧରି ଶ୍ରୀଯୁକ୍ତ ଠାକରେଙ୍କ ବିରୋଧରେ ନାରାବାଜି କରିଛନ୍ତି । ମସ୍ତିଷ୍କ ପରିପକ୍ୱତା ନଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେଲେ ଏଭଳି ଅବସ୍ଥା ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି ।





