ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଲୁଚାଛପାରେ ଚାଲିଥିବା ଘରୋଇ ଟିୟୁସନ୍ ଉପରେ ଆଜିଠାରୁ ଶିଆଳ ଚଡ଼କ ପଡ଼ିବା ଆରମ୍ଭ ହୋଇଛି । ନୟାଗଡ଼ ସହର ମହିଳା ମହାବିଦ୍ୟାଳୟ ଗଳିରେ ଏକ ଘରୋଇ ଟିୟୁସନ୍ ଚାଲିଥିବା ବେଳେ ଆଜି ନୟାଗଡ଼ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଚଢ଼ାଉ କରିଥିବା ଜଣାଯାଇଛି । ଚଢ଼ାଉ ସମୟରେ ପିଲାମାନଙ୍କୁ ଗୋଟିଏ ରୁମ୍ରେ ବସାଯାଇ ପାଠ ପଢ଼ା ଯାଉଥିବା ବେଳେ ଏସ୍ଆଇ ଏହାକୁ ବନ୍ଦ କରିଛନ୍ତି । ଏଥିସହିତ ଆଗକୁ ଏପରି ଟିୟୁସନ୍ କରିବେ ନାହିଁ, ଶିକ୍ଷକ ଥାନାକୁ ଆସି ଲିଖିତ ପ୍ରତିଶୃତି ଦେବେ ବୋଲି ଜଣାଯାଇଛି ।





