ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ମାହାମାରୀ କରୋନା ତାର କାୟା ବିସ୍ତାରୀ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ବଜାରକୁ ୨ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ସୋମବାର ଓ ମଙ୍ଗଳବାର ଅର୍ଥାତ ୨୮ ଓ ୨୯ ତାରିଖ ୨ ଦିନ ପାଇଁ ସଟ୍ଡାଇନ୍ ଘୋଷଣା କରାଯାଇଛି । ଗତକାଲି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଜରୁରୀକାଳିନ ବୈଠକରେ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଅଗ୍ନିଶମସେବା ଅଧିକାରୀ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବଣିକ ସଂଘ ସଭାପତି ଜାନକୀବଲ୍ଲଭ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ନୟାଗଡ଼ ଜିଲ୍ଲାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସଟଡ଼ାଉନ ସମୟ ମଧ୍ୟରେ ବଜାରକୁ ସଂପୂର୍ଣ୍ଣ ବିଶୋଧିକରଣ କରାଯିବା ସହିତ ଅବଧି ପରେ ବ୍ୟବସାୟୀ ଏବଂ ଗ୍ରାହକମାନେ ମାସ୍କ ପିନ୍ଧିବା ଓ ସମ ଦୁରତା ବଜାୟ ରଖିବାକୁ ନିଶ୍ଚିତ କରାଯାଇଛି । ମାସ୍କ ପିନ୍ଧି ଆସିନଥିବା ଗ୍ରାହକଙ୍କୁ କୈାଣସି ଦ୍ରବ୍ୟ ନଦେବାକୁ କୁହାଯାଇଛି । ଏହାକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ଉପରେ ୫୦ହଜାର ପର୍ଯ୍ୟନ୍ତ ଜୋରୀମାନା ଘୋଷଣା କରାଯାଇଥିବା ସହିତ ଜୋରୀମାନା ପ୍ରଦାନ ନକଲେ ଦୋକାନକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି ।






