Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼:ଗେଷ୍ଟ ହାଉସରେ ସେକ୍ସ ଗୁମର, ଦୁଇ ଗିରଫ୍

by ସଞ୍ଜୟ ସ୍ୱାଇଁ
December 25, 2021
in Breaking, Nayagarh
ନୟାଗଡ଼:ଗେଷ୍ଟ ହାଉସରେ ସେକ୍ସ ଗୁମର, ଦୁଇ ଗିରଫ୍
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସ୍ ଆଜି ଗେଷ୍ଟ ହାଉସରେ ଅଚାନକ୍ ଚଢଉ କରିଥିଲା । ଚଢଉ ସମୟରେ ଉକ୍ତ ଗେଷ୍ଟ ହାଉସରୁ ଅସଂଯତ ଥିବା ଅବସ୍ଥାରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଉଦ୍ଧାର କରି ଆଣିଛି ଟାଉନ୍ ଥାନା ପୁଲିସ୍ । ତେବେ ଦୁଇ ଯୁବକ ଓ ମହିଳାଙ୍କ ଘର ନୟାଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଟାଉନ ପୁଲିସ୍ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ପୁରୁଣା ଜେଲ ଖାନା ସମ୍ମୁଖରେ ଥିବା ନିର୍ମଳା ଗେଷ୍ଟ ହାଉସ୍ ସମ୍ମୁଖରେ ଗହଳି ହୋଇଥିଲା । ଏହାକୁ ସନ୍ଦେହ କରି ପୁଲିସ୍ ନିର୍ମଳା ଗେଷ୍ଟ ହାଉସ୍ ଭିତରକୁ ପ୍ରବେଶ କରିଥିଲା । ଚଢଉ ସମୟରେ ରାମେଶ୍ୱର ସାହିର ମନମୋହନ ମହାପାତ୍ରଙ୍କ ପୁଅ ଦୀପକ୍ କୁମାର ମହାପାତ୍ର (୨୫) ଉକ୍ତ ଗେଷ୍ଟ ହାଉସର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ପୁଲିସ୍ ପକ୍ଷରୁ ଚଢଉ ଜାରି ରହିଥିଲା । ଗୋଟିଏ ଘର ଭିତରୁ ଅସଂଯତ ଅବସ୍ଥାରେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦେଉଳପଲ୍ଲୀ ଗ୍ରାମର ଗୋକୁଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ରାକେଶ କୁମାର ପ୍ରଧାନ(୨୭) ଅସଂଯତ ଅବସ୍ଥାରେ ଜଣେ ଯୁବତୀଙ୍କ ସହ ରହୁଥିଲେ । ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ମଦ, ସିଗାରେଟ୍ ଓ କିଛି ଆପତ୍ତି ଜନକ ସାମଗ୍ରୀ ଜବତ କରିବା ସହ ୮୩୯୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଓ ଗୋଟିଏ ମଟରସାଇକେଲ୍ ଜବତ କରାଯାଇଛି । ଏନେଇ ପୁଲିସ୍ ପକ୍ଷରୁ ଥାନାରେ କେସ୍ ନଂ-୨୬୧/୨୦୨୧ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଉକ୍ତ ଗେଷ୍ଟ ହାଉସର ମ୍ୟାନେଜରଙ୍କ ସମେତ ଉଭୟ ଯୁବକ ଯୁବତୀଙ୍କୁ ପୁଲିସ୍ ଗିରଫ୍ କରିଛି । ଅଧିକ ତଦନ୍ତ ପାଇଁ ତନାଘନା ଚଲାଇଛି । ଉକ୍ତ ମାମଲାରେ ଟାଉନ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନା ସମେତ ଏସଆଇ ସଞ୍ଜୟ କୁମାର ମଲ୍ଲିକ୍ ନିର୍ମଳା ଗେଷ୍ଟ ହାଉସରେ ଚଢଉ କରିଥିଲେ । ପ୍ରକାଶ ଥାଉକି, ନୟାଗଡ଼ ସହରରେ ଅନେକ ଗେଷ୍ଟ ହାଉସରେ ସେକ୍ସ ଗୁମର ଚାଲିଛି । ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ କରାଇଲେ ଅନେକ ଗେଷ୍ଟ ହାଉସ୍ ଓ ହୋଟେଲର ଗୁମର ଖୋଲିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!