ନୟାଗଡ଼,(ବାଘୁଆବାର୍ତ୍ତା) : +୨ ବିଜ୍ଞାନ ପରୀକ୍ଷା ଫଳରେ ଆଜି ଜିଲ୍ଲାରେ ତୃତୀୟ ସ୍ଥାନରେ ଡିଭାଇନ୍ ରେସିଡେନ୍ସିଆଲ କଲେଜର ଛାତ୍ର ପ୍ରିତିଶ୍ କୁମାର ମହାନ୍ତି ୫୩୮ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ନୟାଗଡ଼ର ପ୍ରଦୀପ୍ତ କୁମାର ମହାନ୍ତି ଏବଂ ସଶ୍ମିତା ପଟ୍ଟନାୟକଙ୍କ ପୁଅ ପ୍ରିତିଶ୍ଙ୍କ ସଫଳତାକୁ ନେଇ ମହାବିଦ୍ୟାଳୟରେ ଖୁସିର ମାହୋଲ୍ ଖେଳି ଯାଇଛି । କଠିନ ପରିଶ୍ରମ ଏବଂ ଡିଭାଇନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଆର୍ଶିବାଦରୁ ତାଙ୍କୁ ଏହି ସଫଳତା ମିଳିଥିବା ପ୍ରତିଶ୍ କହିଥିବା ବେଳେ ଆଗାମୀ ଦିନରେ ସେ ଡାକ୍ତରୀ ପାଠ ପଢ଼ିବାକୁ କହିଛନ୍ତି ।






