ନୟାଗଡ଼, (ବାଘୁଆବାର୍ତ୍ତା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ ପ୍ରାଙ୍ଗଣରେ ୭୪ତମ ସ୍ୱାଧୀନତା ଦିବସ ପାଳିତହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଦେଶ ନିର୍ମାଣରେ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ତଥା ଦେଶ ଭକ୍ତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତେ ମାସ୍କ ପିନ୍ଧିବା ସହ ଓ ସାମାଜିକ ଦୂରତା ଅବଲମ୍ବନ କରିଥିବା ଜଣାଯଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟଙ୍କ ସଂଯୋଜନାରେ ସମସ୍ତକାର୍ଯ୍ୟ ପରିଚାଳନା କରାଯାଇଥିଲା । ପରିଚାଳନା ସମିତିର ସଂପାଦକ ଶାନ୍ତନୁ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।






