Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରଙ୍କ ତ୍ରିଭଙ୍ଗୀ ନୀତି, ବିଭିନ୍ନ ସଂଗରୋଧରେ ଉତ୍ତେଜନା

by Anil Panda
May 25, 2020
in Breaking
ସରକାରଙ୍କ ତ୍ରିଭଙ୍ଗୀ ନୀତି, ବିଭିନ୍ନ ସଂଗରୋଧରେ ଉତ୍ତେଜନା
31
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ତ୍ରିଭଙ୍ଗୀ ନୀତି ପାଇଁ ପ୍ରଶାସନ ଅକଳରେ ପଡ଼ିଥିବା ବେଳେ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ସଂଗରୋଧରୁ ମୁକ୍ତ କରାଯିବାକୁ ନେଇ ଅସନ୍ତୋଷ, ଉତ୍ତେଜନା ଏବଂ ଭିଡିଓ ଭାଇରାଲ୍ ଭଳି ଘଟଣା ସାମନାକୁ ଆସିଛି । ଚଳିତମାସ ପହିଲାରୁ ଆଜି ମଧ୍ୟାହ୍ନ ୧ଟା ମଧ୍ୟରେ ଜିଲ୍ଲାରେ ୪ ହଜାର ୯୯୮ ଜଣ ପ୍ରବାସୀଙ୍କୁ ସଂଗରୋଧରେ ରଖା ଯାଇଥିବା ଜଣାଯାଇଛି । ଏହି ସଂଖ୍ୟା ରାତି ସୁଦ୍ଧା ୫ ହଜାର ଅତିକ୍ରମ କରିଛି । ପ୍ରଥମେ ସରକାରଙ୍କ ନିୟମନୁସାରେ ପ୍ରବାସୀଙ୍କୁ ୧୪ ଦିନ ସଂଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର କରୋନା ଆକ୍ରାନ୍ତଙ୍କ ଲକ୍ଷଣ ବିଳମ୍ବରେ ଆସୁଥିବାରୁ ପରମୂହୂର୍ତ୍ତରେ ଏହି ଅବଧିକୁ ୨୧ ଦିନକୁ ବୃଦ୍ଧି କରାଯାଇଥିବା ବେଳେ ଗୃହ ସଂଗରୋଧ ବ୍ୟବସ୍ଥା ୭ ଦିନ ଲାଗୁ କରାଯାଇଥିଲା । ଫଳରେ ଜିଲ୍ଲାରେ ୨୧ ଦିନିଆ ସଂଗରୋଧ ବ୍ୟବସ୍ଥାକୁ ପାଳନ ଚାଲିଥିବା ବେଳେ ଏବେ ପ୍ରଶାସନକୁ ଅକଳରେ ପକାଇଛି ସରକାରଙ୍କ ୭ ଦିନିଆ ସଂଗରୋଧ ଏବଂ ୭ ଦିନିଆ ଗୃହ ସଂଗରୋଧ ବ୍ୟବସ୍ଥା । ଜିଲ୍ଲାରେ ୨୧ ଦିନିଆ ସଂଗରୋଧ ଶେଷ କରି ୪୪୬ ଜଣ ପ୍ରବାସୀ ସଂଗରୋଧ ମୁକ୍ତ ହୋଇଥିବା ବେଳେ ଏବେ ୧୪ ଦିନ ସଂଗରୋଧ ଶେଷ କରିଥିବା ପ୍ରବାସୀମାନେ ସେମାନଙ୍କୁ ମୁକ୍ତ କରିବାକୁ ଚାପ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ଆଜି ଜିଲ୍ଲାର ରଣପୁର, ଓଡ଼ଗାଁ, ନୟାଗଡ଼ ଓ ଖଣ୍ଡପଡ଼ା ପ୍ରଭୃତି ବ୍ଲକ ଅଂଚଳରେ ଥିବା ସଂଗରୋଧରୁ ଏହି ଚାପର ଗନ୍ଧ ବାରି ହୋଇଛି । ଅନେକ ସଂଗରୋଧ କେନ୍ଦ୍ରରେ ପ୍ରବାସୀମାନେ ଖାଇବା ନିମ୍ନ ମାନର ଦିଆଯାଉଥିବା ଓ ଅବ୍ୟବସ୍ଥାରେ ରଖା ଯାଉଥିବା ବାହାନା ସୃଷ୍ଟି କରିଛନ୍ତି । ଏପରିକି ଓଡ଼ଗାଁ ବ୍ଲକ କୁରାଳ ସଂଗରୋଧ କେନ୍ଦ୍ରରେ କିଛି ପ୍ରବାସୀ ଅବ୍ୟବସ୍ଥା ନେଇ ଭିଡିଓ ଭାଇରାଲ କରିଥିବା ବେଳେ ନୟାଗଡ଼ ବ୍ଲକ ଲାଠିପଡ଼ାରୁ ପ୍ରବାସୀମାନେ ଖାଇବା ଫୋପାଡ଼ିବାର ଧମକ ଦେଇଛନ୍ତି । ଏହି ବାହାନା ପଛରେ ସେମାନେ ୧୪ ଦିନିଆ ଅବଧି ଶେଷ କରିଥିବାରୁ ତାଙ୍କୁ ମୁକ୍ତ କରିବାକୁ ଦାବି ରହିଥିବା ଜଣାଯାଇଛି । ଏଥିସହିତ ଅନେକ ସ୍ଥାନରେ ୭ ଦିନିଆ ସଂଗରୋଧ ଶେଷ କରିଥିବା କିଛି ପ୍ରବାସୀ ମଧ୍ୟ ମୁକ୍ତ କରିବା ନେଇ ମୁହଁ ଖୋଲିଛନ୍ତି । ସରକାରଙ୍କ ଏଭଳି ତ୍ରିଭଙ୍ଗୀ ନୀତି ପାଇଁ ଜିଲ୍ଲା ପ୍ରଶାସନ, ତଳିଆ କର୍ମଚାରୀ ଏବଂ ପଂଚାୟତ ସରପଂଚମାନେ ଏବେ ହରଣଘଣାରେ ପଡ଼ିଛନ୍ତି । ରାଜ୍ୟ ସରକାର ଏହି ସମସ୍ୟାକୁ ଦୃଷ୍ଟି ଦେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!