ନୟାଗଡ଼, (ବାଘୁଆବାର୍ତ୍ତା) : ସମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଆଗାମୀ ପିଢ଼ୀକୁ ଆକୃଷ୍ଟ କରିବା ନିମନ୍ତେ ଆମ ଟିଭି ଓ ମୋ ଖବର ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ସଂସ୍ଥା ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଲନୀରେ ଏଭଳି ସୂଚନା ଦିଆଯାଇଛି । ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ସାମ୍ବାଦିକ ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ, ପ୍ରକାଶିତ, ପ୍ରସାରିତ ଶ୍ରେଷ୍ଠ ସମ୍ବାଦ ଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ର ପ୍ରାନ୍ତୀୟ ତଥା ଜାତୀୟ ସ୍ତରରେ ଯେଉଁମାନଙ୍କର ଆଖି ଦୃଶିଆ ଅବଦାନ ରହିଛି ସେମାନଙ୍କ ନାମ ଜନତା ଓ ସର୍ବସାଧାରଣ ହିଁ ସୁପାରିଶ କରିବେ । ଏଥିପାଇଁ ମେଲ୍ ଯୋଗେ ସମ୍ବାଦ ପ୍ରେରଣ କରିବା ସହିତ ୱେବ ସାଇଟ୍ ମାଧ୍ୟମରେ ସାମ୍ବାଦିକ ଓ ଜନସାଧାରଣଙ୍କ ଦ୍ୱାରା ମନୋନୀତ ସମ୍ବାଦ ସୁପାରିଶ କରିବାକୁ ଅନୁଷ୍ଠାନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରଣୟ ଜେଠୀ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ଜଣ ସାମ୍ବାଦିକଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯିବା ସହ କିଛି ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ଜଣାପଡ଼ିଛି ।






