ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାମ୍ବାଦିକ ଭାବେ କାର୍ଯ୍ୟରତ ସାରସ କୁମାର ମିଶ୍ରଙ୍କ ପିତା ବଂଶୀଧର ମିଶ୍ରଙ୍କ ଶୁକ୍ରବାର ମଧ୍ୟାହ୍ନରେ ବିୟୋଗ ଘଟିଛି । ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ବଂଶୀଧର ମିଶ୍ର ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ଜିଲ୍ଲାରେ ପରିଚିତ ଥିବା ବେଳେ ସେ ଏକାଧାରାରେ ଜଣେ ଲେଖକ ଏବଂ ଜଣେ ଖେଳାଳୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ନୟାଗଡ଼ ଜିଲ୍ଲାର ଗୋପାଳପୁର, ମହିପୁର,ଇଟାମାଟି ବାହାଡ଼ଝୋଲା ପ୍ରଭୃତି ସ୍ଥାନରେ ସେ ଶିକ୍ଷକତା କରିଥିଲେ । ନୟାଗଡ଼ ଜିଲ୍ଲାର ଲୋକକଳା ତଥା ଲୋକନୃତ୍ୟ ଦଣ୍ଡ ଏବଂ ସଂକୀର୍ତ୍ତନ ପାଇଁ ସେ ଅନେକ ଲେଖା ଲେଖିବା ସହ କୋରାପୁଟ ଜିଲ୍ଲା ରାମପୁରଠାରେ ସମ୍ବଦ୍ର୍ଧ୍ରିତ ହୋଇଥିଲେ । ୧୯୯୭ ମସିହାରେ ସେ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ଅତ୍ୟନ୍ତ ଚତ୍ମକାର ଭାବେ ଭଲି ଖେଳି ପାରୁଥିଲେ । ଆଜି ଦିନ ୧୨ଟା ସମୟରେ ନିଜ ବାସଗୃହରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରଠାରେ ଶ୍ରୀଯୁକ୍ତ ମିଶ୍ରଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ପୁଅ ସରୋଜ କୁମାର ମିଶ୍ର ଏବଂ ବନ୍ଧୁବାନ୍ଧବ ପରିଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।






