ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ ଶ୍ରୀକାନ୍ତ ଖଟେଇ, ରଣଜିତ୍ ଦାଶ, ବୈଦ୍ୟ ଭୂଷଣ ମହାପାତ୍ର, ଗୋପାଳ ମିଶ୍ର, ଗୋକୁଳ ଷଡ଼ଙ୍ଗୀ, ରାମକୃଷ୍ଣ ରଥ ପ୍ରମୂଖ ଯୋଗ ଦେଇଥିବା ବେଳେ ସଭାପତି ଆଜିଠାରୁ ଭବନର ଦାୟିତ୍ୱ ହସ୍ତାନର କରିଛନ୍ତି । ଏହି ପ୍ରରିପେକ୍ଷିରେ ସର୍ବ ସମ୍ମତି କ୍ରମେ ଭବନର କାର୍ଯ୍ୟ ଚଳାଇବା ପାଇଁ ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ପ୍ରଦୀପ୍ତ ରଥଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପରବର୍ତ୍ତୀ ବୈଠକରେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ ବୋଲି ଆଲୋଚନା ହୋଇଛି ।





