ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ଜଣେ ମଦ୍ୟପ ଗାଡ଼ି ଚାଳକ ଲଙ୍କାକାଣ୍ଡ ଭିଆଇଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଦେବୋର୍ତ୍ତ କଲୋନୀର ଜଣେ ଯୁବକ ଆଜି ସଂନ୍ଧ୍ୟାରେ କଲେଜ ରାସ୍ତାରୁ ଲଙ୍କାକାଣ୍ଡ ଭିଆଇବା ଆରମ୍ଭ କରିଥିଲେ । ଯୁବକ ଜଣଙ୍କ ଏକ ଚାରି ଚକିଆ ଯାନକୁ ମଦ୍ୟପାନ କରି ଦ୍ରୁତ ଗତିରେ ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ଗୋଟିଏ ଦୁର୍ଘଟଣା ଘଟାଇ ଚାଲିଥିଲେ । କଲେଜ ଛକରୁ ଓଡ଼ଗାଁ ଛକକୁ ଆସିବା ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଙ୍କାଇ ଚାଲିଥିଲେ । ଶେଷରେ ତ୍ରିନାଥଛକରେ ଏକ ଗୁପଚୁପ ବ୍ୟବସାୟୀଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଚାଲି ଯାଇଥିବା ବେଳେ ଓଡ଼ଗାଁ ଛକ ନିକଟରେ ଏକ ମକା ବ୍ୟବସାୟୀଙ୍କ ଆଡ଼କୁ ଗାଡ଼ି ଚଢ଼ାଇ ଆଣିଥିଲେ । ଭାଗ୍ୟ ବଶତଃ ଗୁପଚୁପ୍ ବ୍ୟବସାୟୀ ଓ ମକା ବ୍ୟବସାୟୀ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗୁପଚୁପ ବ୍ୟବସାୟୀଙ୍କର ବହୁ କ୍ଷତି ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ମକା ବ୍ୟବସାୟୀଙ୍କ ମକା ନଷ୍ଟ ହୋଇଥିବା ଜଣାଯାଇଛି । ଏହାପରେ ଯୁବକ ଜଣଙ୍କ ସେଠାରୁ ଚାରି ଚକିଆ ନେଇ ଚାଲି ଯାଇଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ଖବରପାଇ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ସଦଳବଳେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରୁଥିବା ବେଳେ ଯୁବକ ଜଣଙ୍କ ସେହି ବାଟ ଦେଇ ଏକ ବାଇକ ଯୋଗେ ଆସୁଥିବା ଲୋକମାନେ ଦେଖିଥିଲେ । ପୁଲିସ ଓ ଲୋକମାନେ ତାଙ୍କୁ ଅଟଳାଇବା ବେଳକୁ ଯୁବକ ନିଶାଶକ୍ତ ଅବସ୍ଥାରେ ପୁଲିସ ଏବଂ ସାଧାରଣ ଲୋକଙ୍କୁ ଦୁର୍ବବ୍ୟବହାର କରିଥିବା ଦେଖା ଯାଇଛି । ଟାଉନଥାନା ପୁଲିସ ଯୁବକଙ୍କ ଥାନାକୁ ନେଇ ପାରିନଥିବା ବେଳେ ତାଙ୍କ ବାଇକକୁ ଥାନାକୁ ନେଇଥିବା ଜଣାଯାଇଛି ।







