Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ ଭବନ ସଦସ୍ୟ

by ସଞ୍ଜୟ ସ୍ୱାଇଁ
May 8, 2025
in Nayagarh, State
ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ ଭବନ ସଦସ୍ୟ
274
VIEWS
Share on FacebookShare on Twitter

ପ୍ରକାଶିତ ଚିଠି ସମ୍ପର୍କରେ ଆଲୋଚନା

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସାମ୍ବାଦିକ ଭବନକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସମ୍ପର୍କିତ ପ୍ରକାଶିତ ଚିଠିକୁ କିଛି ବ୍ୟକ୍ତି ଭ୍ରମ ସୃଷ୍ଟି କରାଇବା ସହ ସାମ୍ବାଦିକ ଭବନ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି । ଯାହାକୁ ନେଇ ଆଜି ସାମ୍ବାଦିକ ଭବନ ପରିସରରେ ସଂଖ୍ୟାଧିକ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଉପଦେଷ୍ଟା ଶ୍ରୀକାନ୍ତ ଖଟେଇ, ଚନ୍ଦ୍ର ବିଜୟୀ ମିଶ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ହୁସେନ ଖାଁ ପ୍ରମୂଖ ମତ ବ୍ୟକ୍ତ କରିବା ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ପ୍ରକାଶ ପାଇବା ପୂର୍ବରୁ ଭବନ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ସହ କୈାଣସି ଆଲୋଚନା କରାଯାଇନଥିଲା ।

ଏଣୁ ଉକ୍ତ ଚିଠିରେ କିଛି ସଂଶୋଧନ ଆବଶ୍ୟକତା ଦୃଷ୍ଟିରେ ରଖି ସଦସ୍ୟମାନେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ ସମୟ ଧରି ଭବନ ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକାଶିତ ଚିଠିକୁ ସଂଶୋଧନ କରି ସମସ୍ତ ସାମ୍ବାଦିକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ସାମ୍ବାଦିକଙ୍କ ଦାବିକୁ ଗ୍ରହଣ କରିବା ସହ ଏ ସମ୍ପର୍କରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସାମ୍ବାଦିକ କ୍ଷୀରୋଦ ପଟ୍ଟନାୟକ, ରଜତ ପଟ୍ଟନାୟକ, ସଞ୍ଜୟ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା, ଅନୱାର ଅଲ୍ଲୀ, ବିଶ୍ୱଜିତ ନାୟକ, ରବୀନ୍ଦ୍ର କୁମାର ଦାଶ, ଦେବବ୍ରତ ନାୟକ, ନିହାର ପଟ୍ଟନାୟକ, ଯଜାତୀ କେଶରୀ ମହାପାତ୍ର, ବିଭୂତି ଭୂଷଣ ସ୍ୱାଇଁ, ବିଭୂତି ମହାପାତ୍ର, ପ୍ରଭାତ ମହାପାତ୍ର, ସ୍ୱରୁପ ପଟ୍ଟନାୟକଙ୍କ ସମେତ ୪୦ରୁ ଉଦ୍ଧ୍ୱ ସାମ୍ବାଦିକ ଭବନ ପରିସରରେ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ସାମ୍ବାଦିକ ଭବନ କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା ବୈଠକ ପରିଚାଳନା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!