Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଓ ଦଶପଲ୍ଲାରେ ଶାନ୍ତିପୂର୍ଣ୍ଣ ରଥଯାତ୍ରା

by Anil Panda
June 23, 2020
in Lifestyle
ନୟାଗଡ଼ ଓ ଦଶପଲ୍ଲାରେ ଶାନ୍ତିପୂର୍ଣ୍ଣ ରଥଯାତ୍ରା
13
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ସୁପ୍ରିମକୋର୍ଟ ସାରା ଓଡ଼ିଶାରେ ରଥଯାତ୍ରା ପାଳନ କରିବାକୁ ବାରଣ କରିଥିବା କାରଣରୁ ନୟାଗଡ଼ ଜିଲ୍ଲାର କୈାଣସି ବି ସ୍ଥାନରେ ରଥ ଗଡ଼ିନଥିବା ଜଣାଯାଇଛି । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଆଜି ଦୋବତ୍ତର ମୁଖ୍ୟ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ତତ୍ୱାବଧାନରେ ନୀତିକାନ୍ତି କରାଯାଇଛି । ଯେଭଳି କୈାଣସି ବିଶୃଙ୍ଖଳା ନହେବ ସେ ଦିଗରେ ନଜର ରଖାଯାଇଥିଲା । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପ୍ରଥମ ଥର ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ବେଳେ ଆଜି ଅନେକ ଭକ୍ତ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହାକୁ ନେଇ ମନ୍ଦିର ପାଖକୁ ଆସିଥିବା କିଛି ଭକ୍ତଙ୍କୁ ଆଜି ଦିନକ ପାଇଁ ଦର୍ଶନ ଅନୁମତି ଦିଆଯାଇଛି । ସେବାୟତମାନେ ଯଥାରୀତି ସଂମ୍ପର୍ଣ୍ଣ କରିଥିବା ଜଣାଯାଇଛି । ସେହିଭଳି ଦଶପଲ୍ଲାରେ କରୋନା କାରଣରୁ ରଥଯାତ୍ରା ବନ୍ଦ ହୋଇଥିବା ବେଳେ ମନ୍ଦିର ପରିସରରେ ଗୁଣ୍ଡିଚା ନୀତି ପାଳନ କରାଯାଇଛି । ଦଶପଲ୍ଲା ଗଡ଼ଜାତର କୁଞ୍ଜବନଗଡ଼ ଦଧିବାମନଜୀଉଙ୍କ ରଥ ନିର୍ମାଣ ସରିଥିବା ବେଳେ ଏଣ୍ଡୋମେଣ୍ଟ କମିଶନ ରଥଯାତ୍ରା ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଥିବାରୁ କେବଳ ବିଧି ରକ୍ଷା କରାଯାଇଛି । ଆଜି ଠାକୁରଙ୍କ ନୀତି ଅନୁସାରେ ପଂହଣ୍ଡି କରି ମନ୍ଦିର ସମ୍ମୁଖରେ ଥିବା ଗରୁଡ଼ଙ୍କ ଠାରେ ରଖା ଯାଇ ପୂଜା କରାଯାଉଛି । ନଅ ଦିନ ଯାତ୍ରା ସମସ୍ତ ବିଧି ଏହି ସ୍ଥାନରେ ପାଳନ କରାଯିବ ବୋଲି ଜଣାଯାଇଛି । ଅନୁରୂପ ଭାବେ ଦେଢ଼ସରଠାରେ ଥିବା ଦଧିବାମନ ଜୀଉ, ପୁରୁଣା ଦଶପଲ୍ଲାରେ ବିଜେ ଜଗନ୍ନାଥ ଜୀଉଙ୍କର ମନ୍ଦିର ପରିସରରେ ନୀତିକାନ୍ତି କରାଯାଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!