ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଓ ନୟାଗଡ଼ ରଥଯାତ୍ରା ଆଉ ମାତ୍ର ଏକ ମାସ ଥିବାବେଳେ ପ୍ରଶାସନ କୌଣସି ପ୍ରସ୍ତୁତି ଆରମ୍ଭ କରି ନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିିରେ ରଖି ଆଜି ରଣପୁର ପ୍ରେସ କ୍ଲବ ସଦସ୍ୟମାନେ ରଣପୁର ବିଧାୟକଙ୍କ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଆସି ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାପ୍ରଶାସନ ରଣପୁର ଓ ନୟାଗଡ଼ରେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିବା ଜଣାଯାଇଛି । ଏନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ନିର୍ଦ୍ଦେଶନାମା ଜାରି କରିଥିବା ନେଇ ସୂଚନା ଦେଇଛନ୍ତି ।






