ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଂଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତି ଥିବା ଜଣେ ଯୁବକକୁ ଆଜି ନୟାଗଡ଼ ସଦରଥାନା ଅଂଚଳରୁ ଉଠା ଯାଇଥିବା ଜଣାଯାଇଛି । ସଦରଥାନା ଅନ୍ତର୍ଗତ କାଳିକାପ୍ରସାଦ ମାନପୁର ଅଂଚଳରେ ଏହି ଯୁବକ ଲୁଚି ରହିଥିବା ବେଳେ ଆଜି ରଣପୁର ଏସ୍ଆଇ ବିଦିତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ତାଙ୍କୁ ଧରି ରଣପୁର ନେଇଥିବା ଜଣାଯାଇଛି ।






