ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ଆଜି ଚଢ଼ାଉ କରାଯାଇ ଏକ ଶାଗୁଆନ ଲଗ ବୋଝେଇ ଗାଡ଼ି ଜବତ କରାଯାଇଛି । ମିଳିଥିବା ସୂଚନାନୁସାରେ, ଗାଡ଼ିଟିକୁ ମୟୁରଝାଲିଆ ପଂଚାୟତ ସାମନ୍ତରାୟପୁର ରାସ୍ତାରେ ଯାଉଥିବା ବେଳେ ଧରାଯାଇଛି । ଗାଡ଼ିର ଡ୍ରାଇଭରକୁ ବନାଞ୍ଚଳ କର୍ମଚାରୀ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।






