ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜୀବନ ବିନ୍ଦୁ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ କ୍ରିଦାଶପୁର ପଂଚାୟତରୁ ୩ ୟୁନିଟ୍, ଶରଧାପୁର ପଂଚାୟତରୁ ୪ ୟୁନିଟ୍, ବାଲୁଗାଁ ପଂଚାୟତରୁ ୯, ମୁଥାଗାଡ଼ିଆ ପଂଚାୟତରୁ ୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଆଜି ମୋଟ ୧୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆସନ୍ତାକାଲି ଗଦାଧରପ୍ରସାଦ, ଚମ୍ପତ୍ତିପୁର, ନାଟୁଗାଁ ପଂଚାୟତ ପକ୍ଷରୁ ରକ୍ତଦାନ କରାଯିବ ବୋଲି ଜଣାପଡ଼ିଛି । ଏହି ରକ୍ତଦାନା ଶିବିରକୁ ଯୁବ ବିଜେଡି ସଭାପତି ରମେଶ ସାହୁ, ଦୁର୍ଯ୍ୟୋଧନ ବେହେରା, ଶୀକାନ୍ତ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ପ୍ରମୂଖ ପରିଚାଳନା କରିଥିଲେ ।






