ନୟାଗଡ ଜିଲ୍ଲାରେ ଗତ ୯ ତାରିଖରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪ ତାରିଖରେ ଆଉ ୩ ଜଣଙ୍କର ପଜିଟିଭ୍ ଚିହ୍ନଟ ହୋଇଥିଲା । ମୋଟ ୪ ଜଣ ଚିହ୍ନଟ ହୋଇଥିଲେ । ଆଜି ପୁଣି ଆଉ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଉପରେ ୬ ଜଣ କରୋନା ଚିହ୍ନଟ ହୋଇଛନ୍ତି ।ଏହି ପଜିଟିଭ୍ ରଣପୁର ନିର୍ବାଚନ ମଣ୍ଡଳୀର ହରିହରପୁର ନିକଟସ୍ଥ କରଡା କ୍ୱାରେନ୍ଟାଇନ ର ବୋଲି ଜଣା ପଡିଛି ଓ ଜଣେ ୨୨ ବର୍ଷର ମହିଳା କରୋନା ଆକ୍ରାନ୍ତ କରିଛି । ସେହିପରି କୋମଣ୍ଡର ୪୫ ବର୍ଷର ଜଣେ ପଜିଟିଭ୍ ବୋଲି ଜଣା ପଡିଛି । ଜିଲ୍ଲାରେ ମୋଟ ୬ ଜଣ କରୋନା ଚିହ୍ନଟ ହୋଇଥିବା ଅସମର୍ଥତ ସୂତ୍ରରୁ ପ୍ରକାଶ । ସେମାନଙ୍କୁ ଭୁବନେଶ୍ୱର ପଠାଯାଇଛି ।






