ନୟାଗଡ଼, (ବାଘୁଆବାର୍ତ୍ତା) : ବେତାର ସଂଗୀତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶଙ୍କ ସଂଗୀତ ‘ମଣିମା ହେ’ ଆଜି ଶରନକୂଳ ନିକଟସ୍ଥ ବାଉଁଶିଆ ରଘୁନାଥପୁର ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରଠାରେ ମୁକ୍ତିଲାଭ କରିଛି । ଇଣ୍ଡିଆନ୍ ମ୍ୟୁଜିକ୍ କ୍ରିଏସନ୍ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଜଗନ୍ନାଥ ଭଜନ ‘ମଣିମା ହେ’ ଗୀତଟିରେ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗାଇଥିବା ବେଳେ ଏହାକୁ ରଚନା କରିଛନ୍ତି ଗୀତିକାର କୈଳାସ ଚନ୍ଦ୍ର ରଥ । ଏଥିରେ ସୁବାସ ନାୟକ ସ୍ୱର ସଂଯୋଜନା କରିଥିବା ବେଳେ ଅଞ୍ଜନ କୁମାର ସଂଗୀତ ପରିଚାଳନା କରିଛନ୍ତି । ଆଜିର ଲୋକାର୍ପଣ ଉତ୍ସବରେ କବି ବାଣିଶ୍ରୀ ଦୟାନିଧି ଦାଶ, ପଦ୍ମନାଭ ଦାଶ, ଜୟକୃଷ୍ଣ ସାହୁ, ରବିନ୍ଦ୍ର ନାଥ ତ୍ରିପାଠୀ ପ୍ରମୂଖ ଯୋଗ ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶକ ସୁବାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଗୀତଟି ଖୁବ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି ।






