Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ, କିଟ ୧-୦ ଗୋଲରେ ବିଜୟୀ

by ସଞ୍ଜୟ ସ୍ୱାଇଁ
January 18, 2025
in Nayagarh, Sports, State
ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ,  କିଟ ୧-୦ ଗୋଲରେ ବିଜୟୀ
175
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ସର୍ବ ଭାରତୀୟ ଫୁଟବଲ କପ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିବସରେ ଦୁଇଗୋଟି ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଜେଡି ନେତ୍ରୀ ଇରାନୀ ରାୟ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମମତାଜ ବେଗମ, ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସକିଲା ଜମାଲ, ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, କାଉନସିଲର ସ୍ୱର୍ଣ୍ଣପ୍ରଭା ମିଶ୍ର, ସମାଜସେବୀ ସାଗରିକା ସତପଥୀ, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ଭାଟସାହି ସରପଞ୍ଚ ସାରଦା ସାହୁ, ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ଯୋଗ ଦେଇଥିଲେ ।

୭୮୬ ୟୁଥ କ୍ଲବ ସିନ୍ଦୁରିଆ, ମଣିଙ୍ଗ କ୍ଲବ ନୟାଗଡ଼ ଆଥଲେଟିକ ଆସୋସିଏସନ ଓ ନୟାଗଡ଼ କ୍ଲବ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ପ୍ରଥମେ ପ୍ରଦର୍ଶନୀ ମ୍ୟାଚରେ ନୟାଗଡ଼ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ବନାମ ମଣିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ଅମିମାଂସିତ ରହିଥିଲା । ଉକ୍ତ ମ୍ୟାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ଚିତ୍ରସେନ ପାତ୍ର ପୁରସ୍କୃତ ହୋଇଥିଲେ । ଏହି ଖେଳରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ରେଫରୀ କାର୍ଯ୍ୟ ତୁଲାଇଥିଲେ ।

ଦ୍ୱିତୀୟ ପ୍ରଦର୍ଶନୀ ମ୍ୟାଚ ଭୁବନେଶ୍ୱର କିଟ ସହିତ ତାରିଣୀ କ୍ଲବ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର କିଟ ୧-୦ ଗୋଲରେ ବିଜୟ ଲାଭ କରିଥିଲା । କିଟର ସୁବାଶିନି ଦେହୁରି ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲେ । ତାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ଖେଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ । ମହିଳା ପ୍ରଦର୍ଶନୀ ମ୍ୟାଚରେ ମୁଖ୍ୟ ରେଫରୀ ଭାବେ ଜ୍ୟୋତିରଞ୍ଜନ ସ୍ୱାଇଁ ପରିଚାଳନା କରୁଥିବା ବେଳେ ସହାୟକ ରେଫରୀ ଭାବେ ସଶୀକାନ୍ତ ଦାଶିଆ ଓ ଦେବରାଜ ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ ।

ଚତୁର୍ଥ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରୁଥିବା ବେଳେ ମ୍ୟାଚ କମିଶନ ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆଜି ଖେଳର ଉଦଘୋଷକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥି ପାସା ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ଖେଳର ମଜା ଉଠାଇଥିଲେ । ଆସନ୍ତା କାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ସମ୍ବଲପୁର ଏକାଡେମୀ ବନାମ ମଙ୍ଗଳା କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା କାଲି ଦିନ ୨ଟାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଖେଳର ଉଦ୍‌ଘାଟନ କରାଯିବ । ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!