Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦୮ ମନା କଲା, ପୁଲିସ ଓ ଅଗ୍ନିଶମ ଦେବଦୂତ ସାଜିଲେ

by Anil Panda
July 27, 2020
in Breaking, Nayagarh
୧୦୮ ମନା କଲା, ପୁଲିସ ଓ ଅଗ୍ନିଶମ ଦେବଦୂତ ସାଜିଲେ
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ସକାଳୁ ନୟାଗଡ଼ ସହର ସିଟିଲାଇଫ ମଲ ନିକଟରେ ଜଣେ ଅଜଣା ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା । ଯାହାକୁ ନେଇ ସହର କିଛି ବ୍ୟକ୍‌ୟି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ, ଆମ୍ବୁଲାନ୍ସ ସେବା ପକ୍ଷରୁ ଅପରିଚିତ ଲୋକଙ୍କୁ ଡାକ୍ତରଖାନା ନେବାକୁ ସିଧାସିଧା ମନା କରି ଦିଆଯାଇଥିଲା । ଏପରିସ୍ଥଳେ ଖବରପାଇ ନୟାଗଡ଼ ଟାଉନଥାନା ପୁଲିସ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କ ସହ ଅନ୍ୟକିଛି ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ମିଳିତ ଉଦ୍ୟମରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି । ଗତକାଲି ରାତିରେ ଏହି ବ୍ୟକ୍ତି କୈାଣସି ଏକ ବସରୁ ଓହ୍ଲାଇ ଥିବା ବେଳେ ତାହା ପରର ଘଟଣା ତାଙ୍କର କିଛି ମନେ ନଥିବା କହିଛନ୍ତି । ବସ ଭିତରେ ତାଙ୍କୁ କେହି କିଛି ନିଶା ଦ୍ରବ୍ୟ ସେବନ କରାଇ ଦେଇଥିବା ଅନୁମାନ କରାଯାଉଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଗିରୁଣ୍ଡି ଗ୍ରାମର ଭଗବାନ ବେହେରାଙ୍କ ପୁଅ ଦେବରାଜ ବେହେରା । ଅନ୍ୟପକ୍ଷେ, ସରକାରଙ୍କଠାରୁ କୋଟି କୋଟି ଟଙ୍କା ଅନୁଦାନ ପାଉଥିବା ୧୦୮ ଆମ୍ବୁଲାନ୍ସ ସେବା ଯେଉଁଠି ଅସୁସ୍ଥଙ୍କୁ ଉଠାଇବାକୁ ଅନିଚ୍ଛା ପ୍ରକାଶ କଲା, ସେ ସ୍ଥାନରେ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସହରବାସୀ ବେଶ ପ୍ରଂଶସା କରିଛନ୍ତି । ଏହିପରି ଭାବେ ଗତକାଲି ରାତିରେ ନୟାଗଡ଼ ଟାଉନଥାନା ଏସ୍‌ଆଇ ସ୍ମୃତିରଂଜନ ମହାନ୍ତି ମଧ୍ୟ ପିଡବ୍ଲ୍ୟୁଡି ରାସ୍ତାରୁ ଜଣେ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!