ବଦଳିଲେ ନୟାଗଡ଼ ଜିଲ୍ଲାର ୩ ଆଇଆଇସି
ନୟାଗଡ଼, (ବାଘୁଆବାର୍ତ୍ତା): ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ୩ଜଣ ଆଇଆଇସିଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ମମତା ପତିଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଭାପୁର ବ୍ଲକ ଅତି ସମ୍ବେଦନଶୀଳ ଥାନା ଭାବେ ପରିଚିତ ଥିବା ଫତେଗଡ ଥାନାରେ କାର୍ଯ୍ୟରତ ଥିବା ଗିରିଜ। ନନ୍ଦ ପଟ୍ଟନାୟକଙ୍କୁ କଟକ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଭାବେ ଚାନ୍ଦପୁର ଥାନା ମଧ୍ୟ ଏକ ସମ୍ବେଦନଶୀଳ ଥାନା । ଏହି ଥାନାରେ କାର୍ଯ୍ୟରତ ଥିବା ରଶ୍ମି ରଞ୍ଜନ ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି କରାଯାଇଛି । ତେବେ ଜିଲ୍ଲାରୁ ୩ଜଣ ଆଇଆଇସିକୁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କଟକ ଜିଲ୍ଲାର ନିହାର ରଂଜନ ନାୟକଙ୍କୁ ନୟାଗଡ଼ ଜିଲ୍ଲାରେ ନିଯୁକ୍ତ କରାଯାଇଥିବା ନେଇ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।





