Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ଆଇଆଇସିଙ୍କ ଠାରୁ ସୁନା ଚେନ ଲୁଟ ଘଟଣା, ଟାଉନ ଥାନାର ପର୍ଦ୍ଦା ଫାସ

by ସଞ୍ଜୟ ସ୍ୱାଇଁ
July 11, 2023
in Crime, Nayagarh, State
ମହିଳା ଆଇଆଇସିଙ୍କ ଠାରୁ ସୁନା ଚେନ ଲୁଟ ଘଟଣା, ଟାଉନ ଥାନାର ପର୍ଦ୍ଦା ଫାସ
742
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବିଭିନ୍ନ ଚୋରୀ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ଡକାୟତଙ୍କୁ କାବୁ କରିଛି ନୟାଗଡ଼ ଟାଉନ ଥାନା ପୁଲିସ । ଗତ ୯ ତାରିଖରେ ମହିଳା ଇନିସ ପେକ୍ଟର ମନୋରମା ମଲ୍ଲିକ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ଦୁଇ ଜଣ ଦୁର୍ବୁତ କଳା ପଲ୍‌ସରରେ ଆସି ସୁନା ଚେନ ଲୁଟ କରିଥିଲେ । ସେହିପରି ପିଟିଏସରେ କାର୍ଯ୍ୟରତ ନର୍ସ ଅନିତାଙ୍କ ଠାରୁ ଲୁଟ ହୋଇଥିଲା । ଡକାୟତଙ୍କୁ ଧରିବା ପାଇଁ ଟାଉନ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା ।

ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗଦାପ୍ରସାଦ ହାଉସିଂ ବୋର୍ଡରେ ରହୁଥିବା କାଳି ପ୍ରସାଦ ରାଉତ ଓ ଖୋର୍ଦ୍ଧା ଥାନା ପାଲାମାଝି ସାହିରେ ରହୁଥିବା ସମ୍ପଦ ଦାସଙ୍କୁ ନୟାଗଡ଼ ଟାଉନ ଥାନା ଗିରଫ କରିଛି । ଏହି ଦୁଇ ଜଣଙ୍କ ନାମରେ ୨୦ ରୁ ଉର୍ଦ୍ଧ୍ୱ ମାମଲା ବିଭିନ୍ନ ଥାନାରେ ରହିଛି । ନୟାଗଡ଼ ଟାଉନ ଥାନା ୧୧୭/୨୦୨୩, ୧୧୮/୨୦୨୩ ଓ ରଣପୁର ଥାନା ୧୮୪/୨୦୨୩ ତିନିଗୋଟି ମାମଲା ରୁଜ କରାଯାଇଥିଲା ।

ନୟାଗଡ଼ ଟାଉନ ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ସେମାନଙ୍କ ଠାରୁ ୪ ଗୋଟି ସୁନା ଚେନ ଧରିବା ସହ ଏକ ପଲସର ଗାଡିକୁ ପୋଲିସ ଜବତ କରିଛି । ମହିଳା ଇନିସପେକ୍ଟର ମନୋରମା ମଲ୍ଲିକଙ୍କର ସୁନା ଚେନଟି ଉଦ୍ଧାର ହୋଇଛି । ଏଥି ସହିତ ନର୍ସଙ୍କର ସୁନା ଚେନ ମିଳିଛି । ଏହି ଦୁଇ ଡକାୟତ ବିଭିନ୍ନ ସ୍ଥାନରେ ଦିନ ଦ୍ୱିପ୍ରହରେ ଲୁଟ କରୁଥିଲେ ।

ସେମାନଙ୍କୁ କୋର୍ଟ ଫରୁୱାର୍ଡ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ, ଶିବ ରଞ୍ଜନ ସିଂଘା, କନେଷ୍ଟବଳ ଦିଲ୍ଲିପ ବେହେରା, ବାବୁଲାଲ ଗୁରୁ, ସାଇବର ସେଲର କନେଷ୍ଟବଳ ଲକ୍ଷ୍ମୀକାନ୍ତ ବରାଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!