ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଶିଆଳିଖୋଲ ଜଙ୍ଗଲ ପରିସରରୁ ଆଜି ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବଡ଼ଗୋଠ ଗ୍ରାମର ନବ ପାଇକରାୟଙ୍କ ପୁଅ ଅଖିଳ ପାଇକରାୟ । ନୟାଗଡ଼ ରେଲୱେ ଓଭର୍ ବ୍ରିଜ୍ଠାରୁ ବାମପାଶ୍ୱର୍ରେ ଯାଇଥିବା ରାସ୍ତାର ଶେଷ ଆଡ଼କୁ ନିର୍ମାଣ ଚାଲିଥିବା ଇସ୍କନ ମଠ ପରିସରରୁ ମୃତଦେହ ପଡ଼ିଛି । ସୂଚନାନୁସାରେ, ଅଖିଳ ଅନେକ ଋଣରେ ବୁଡ଼ି ରହିଥିଲେ । ଯେଉଥିପାଇଁ ଟଙ୍କା ଅସୁଲ କରିବାକୁ ଆସୁଥିବା ଲୋଲଙ୍କୁ ଭୟ କରି ଅନେକ ଦିନ ବାହାରେ ଲୁଚି ଲୁଚି ବୁଲୁଥିଲେ ।
୪ ଦିନ ହେବ ଘରୁ ସେ କେଉଁଆଡ଼େ ଚାଲି ଯାଇଥିଲେ । ଆଜି ଉକ୍ତ ସ୍ଥାନରେ ଏକ ଟିଭିଏସ୍ ଏସ୍କଏଲ୍ ଗାଡ଼ି ଥୁଆ ହୋଇଥିବା ଖବରପାଇ ସ୍ଥାନୀୟ ସରପଞ୍ଚ ନୀରଞ୍ଜନ ବିଧାର ଘଟଣାସ୍ଥଳକୁ ଯାଇଥିଲେ । ଗାଡ଼ି ଥୁଆ ହୋଇଥିବା ସ୍ଥାନକୁ ପଚା ଗନ୍ଧ ଆସିବାରୁ ସେ ଖାନତଲାସୀ କରି ନିର୍ମାଣଧିନ ମଠ ପରିସରରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁଙ୍କ ତତ୍ୱାବଧାନରେ ସଦରଥାନା ଓ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଛାନଭିନ କରିବା ସହ ଶବ ଉଦ୍ଧାର କରିଛି ।





