ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ୩ ଚୋରା ବାଇକ ସହ ୨୦ ଲିଟର ଦେଶୀ ମଦ ଜବତ କରିଛି ଟାଉନ ଥାନା ପୁଲିସ । ନୟାଗଡ଼ ବ୍ଲକ ଅନ୍ତର୍ଗତ ଲେଙ୍କୁଡିପଡା ନିକଟସ୍ଥ ଗବନଳ ଛକ ଠାରେ ପୁଲିସ ପକ୍ଷରୁ ଚେକିଂ ଚାଲୁଥିବା ବେଳେ ଚୋରା ବାଇକ ଓ ମଦକୁ ଜବତ କରିଥିଲା ପୁଲିସ । ଚୋରା ବାଇକରେ ମଦ ନେଉଥିବା ମହଙ୍ଗା ପଡିଛି । ସୁଚନାନୁସାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଏହି ଗାଡ଼ି ଗୁଡିକ ଚୋରି ହୋଇଥିଲା ।
ଶରଣକୁଳ ଥାନା ପଦ୍ମାଦେଇପୁର ଗ୍ରାମର ବତ୍ସିପ୍ରଧାନଙ୍କ ପୁଅ ଶ୍ରୀଧର ପ୍ରଧାନ ବାଇକ ଗୁଡିକ ନୟାଗଡ଼ ମେଡିକାଲରୁ ଚୋରି କରିଥିଲା । ଏହି ଗାଡି ଗୁଡିକକୁ ଶ୍ରୀଧର ଓଡ଼ଗାଁ ଥାନା ଗୁଣ୍ଠାସାହି ବଳରାମ ପ୍ରଧାନଙ୍କ ପୁଅ ଦିଲ୍ଲୀପ କୁମାର ପ୍ରଧାନକୁ ବିକ୍ରି କରୁଥିଲା । ଆଜି ଉଭୟ ଦିଲ୍ଲୀପ ଓ ଶ୍ରୀଧର ଚୋରା ବାଇକରେ ବିଶାକ୍ତ ଦେଶୀମଦ ନେଇ ଯାଉଥିବା ବେଳେ ନୟାଗଡ଼ ଟାଉନ ଥାନା ପୁଲିସ ହାବୁଡରେ ପଡିଯାଇଥିଲେ । ସେମାନଙ୍କ ଠାରୁ ଆଉ ଦୁଇ ଗୋଟି ଚୋରା ବାଇକ ଜବତ କରାଯାଇଛି । ନୟାଗଡ଼ ଟାଉନ ଥାନା ପକ୍ଷରୁ ୩୧୫/୨୩ ରେ ମାମଲା ରୁଜ କରାଯାଇ ଉଭୟଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।





