Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନା, ପିଟିଏସ୍ ଓ ବାରାକ୍ ବୁଲିଲେ ଡିଜିପି

by Anil Panda
April 20, 2020
in Breaking, State
ଥାନା, ପିଟିଏସ୍ ଓ ବାରାକ୍ ବୁଲିଲେ ଡିଜିପି
23
VIEWS
Share on FacebookShare on Twitter

ପୁଲିସ୍ ମନୋବଳ ବଢ଼ାଇଲେ

 

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମୁକାବିଲା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ଆଜି ନୟାଗଡ଼ରେ ପହଞ୍ଚିଛନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନାକୁ ଡିଜିପି ପ୍ରଥମେ ପଂହଚି ସେଠାକାର ସ୍ୱଚ୍ଛତା ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସଂମ୍ପର୍କରେ ପଚାରି ବୁଝିଥିବା ଜଣାଯାଇଛି । ସେହିଭଳି କରୋନା ମହାମାରୀ ରୋକିବା ପାଇଁ ପୁଲିସ କର୍ମଚାରୀମାନେ କେତେ ଦୂର ତତ୍ପର ଅଛନ୍ତି ସେ ନେଇ ଡିଜିପି ଅନୁଧ୍ୟାନ କରିଛନ୍ତି । ଏହା ପରେ ଡିଜିପି ନୟାଗଡ଼ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ସ୍ଥିତି ପରଖିବା ସହ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟକରୁଥିବା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ପରେ ପୁଲିସ ମହାନିର୍ଦ୍ଦେଶକ ନୟାଗଡ଼ ପିଟିଏସ୍‌, ପୁଲିସ୍ ବାରାକ୍ ବୁଲି କରୋନାକୁ ନେଇ ବିଭାଗ କେତେଦୂର ତତ୍ପର ରହିଛି ତାହା ଅନୁଧ୍ୟାନ କରିଥିଲେ । ନୟାଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡିଜିପି ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାର କରୋନା ପରିସ୍ଥିତି, ନୟାଗଡ଼ ପୁଲିସ ବିଭାଗର କାର୍ଯ୍ୟ ଉପରେ ଆଲୋଚନା କରିଥିବା ଜଣାପଡିଛି । ନୟାଗଡ଼ ଜିଲ୍ଲାରେ କରୋନାର ପ୍ରଭାବ ନଥିଲେ ମଧ୍ୟ ପୁଲିସ ମହାନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲା ଗସ୍ତ କରି କରୋନା ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଆଜିର ଏହି ଗସ୍ତ ପୁଲିସ ବିଭାଗର ମନୋବଳକୁ ଦୃଢ଼ କରିବା ସହିତ ଆଗାମୀ ଦିନର ରଣନୀତି ବିଷୟରେ ଆଲୋଚନା ହୋଇଥିବା ଜଣାଯାଇଛି । ଜିଲ୍ଲାରେ ସାଧାରଣ ଜନତା କିଭଳି ସାମାଜିକ ଦୂରତା ଅବଲମ୍ବନ କରିବେ, କୈାଣସି ବି ସ୍ଥାନରେ ଜନଗହଳୀ ଲାଗି ରହିବ ନାହଁ ଏବଂ ଜରୁରୀ କାଳୀନ ସମୟରେ ଗ୍ରସ୍ତ କରୁଥିବା ବ୍ୟକ୍ତି କିଭଳି ହଇରାଣ ହେବେ ନାହିଁ ସେ ନେଇ ଡିଜିପି ଆଲୋଚନା କରିଥିବା ଜଣାଯାଇଛି । ଏଥିସହିତ ଜିଲ୍ଲାର ସମସ୍ତ ଥାନାରେ ସାନିଟାଇଜେସନ୍‌କୁ ଗୁରୁତ୍ୱ ଦେବା ସହ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଏବଂ ବିଭିନ୍ନ ସୁବିଧା ଅସୁବିଧା ପରଖିଥିଲେ । ଆଜି ପୁଲିସ ମହାନିର୍ଦ୍ଦେଶକଙ୍କ ସହ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ନୟାଗଡ଼ ଆସିଥିବା ବେଳେ ଏହି ଗ୍ରସ୍ତ ସମୟରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ନୟାଗଡ଼ ଡିଏସ୍‌ପି, ଏସ୍‌ଡିପିଓ, ଆଇଆଇସି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!