Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଏସ୍ପିଙ୍କ ସାମ୍ବାଦିକ ସମ୍ମିଳନୀ:୫୧ବାଇକ୍ ଜବତ, ୫ ଡକାୟତ ଗିରଫ 

by ସଞ୍ଜୟ ସ୍ୱାଇଁ
September 11, 2022
in Crime, Nayagarh
45
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୋଲିସକୁ ବଡ଼ ସଫଳତା । ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ କରିବ ପୋଲିସ୍। କୁଖ୍ୟାତ ବାଇକ୍ ଚୋର ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୦ଲକ୍ଷ ଟଙ୍କାର ବାଇକ୍ ଜବତ କରିଛି ପୋଲିସ । ଏନେଇ ନୟାଗଡ଼ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ସହରରେ ବାଇକ୍ ଚୋରି ହେବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ପହିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ମାଧ୍ୟମରେ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଏହି ୫ଟି ସ୍ବତନ୍ତ୍ର ଟିମକୁ ଟାଉନଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା ଓ ସଦରଥାନା ଆଇଆଇସି ଦିପକ କୁମାର ଖଣ୍ଡାୟତରାୟଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ୫ଟି ସ୍ବତନ୍ତ୍ର ଟିମ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣ ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରେ ଚୋରି ଗ୍ୟାଙ୍ଗ ଉପରେ ଚଢ଼ାଉ କରି ବାଇକ୍ ଜବତ କରିବା ସହ କିଛି ଚୋର ଗ୍ୟାଙ୍ଗଷ୍ଟାରକୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଉକ୍ତ ଗ୍ୟାଙ୍ଗକୁ ଧରିବା ଫଳରେ ୫୧ଟି ବାଇକ୍ ଜବତ କରାଯାଇଛି । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ଯଥା କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ(୩୬), ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ମିଟୁ ଓରଫ ନିଲୁ ପଲେଇ(୨୯), ଖୋରଧା ଜିଲ୍ଲା ଟାଙ୍ଗିଥାନା ଅଞ୍ଚଳର ଧୁଶା ଓରଫ ଦୁଷ୍ମତ ସାହୁ(୨୪), ବେଗୁନିଆ ଥାନା ଅଞ୍ଚଳର ଜଗା ଓରଫ ସଂଜୀବ କୁମାର ସାହୁ(୨୮), ବୌଦ୍ଧ ଜିଲ୍ଲା ହରଭଂଗା ଥାନା ଅଞ୍ଚଳର ଋତୁ ଓରଫ ଋତୁରାଜ ଦୀପ(୨୪)। ଏ ସମସ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି। ଜବତ ୫୧ଟି ଗାଡିର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଚୋରୀ ହେବା ପରେ କୌଣସି ଥାନାରେ ଯଦି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଗାଡ଼ି ଏହି ୫୧ଟି ଗାଡ଼ି ଭିତରେ ଥାଏ ତେବେ ସେମାନେ ନୟାଗଡ଼ ଟାଉନ ଥାନାକୁ ଆସି ଗାଡିର କାଗଜପତ୍ର ଯାଞ୍ଚ କରିନେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ପି ଅଲେଖ ପହି ।

ଗାଡ଼ିର ପ୍ରକୃତ ମାଲିକଙ୍କୁ ଏନେଇ ଅବଗତ କରାଯାଇଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସହ ଏଏସସ୍ପି ଉମାକାନ୍ତ ମଲ୍ଲିକ, ଏସଡିପିଓ ଉପସ୍ଥିତ ଥିବା ବେଳେ ଶରଣକୁଳ ଆଇଆଇସି ଜୟଦିପ୍ ମହାନ୍ତି, ମୁକେଶ କୁମାର ବେହେରା, ବୈଦ୍ୟଭୂଷଣ ଭୋଇ ଏସ.ଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତିରଞ୍ଜନ ମହାନ୍ତି, ସନ୍ତୋଷ ଦାସ, ସଞ୍ଜୟ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!