ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଦ୍ୱିତୀୟ ଲହରରେ ନୟାଗଡ଼ ଟାଉନ୍ ଥାନାରେ ପ୍ରବେଶ କରିଥିବା ଜଣାପଡିଛି । ଥାନା ଭିତରେ କରୋନା ପ୍ରବେଶ କରିବା ଫଳରେ ଥାନାର ବହୁକର୍ମଚାରୀ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ମହାମାରୀ କରୋନା ଧିରେ ଧିରେ କାୟା ବିସ୍ତାରି ଚାଲିଥିବା ବେଳେ ଆଜି ନୟାଗଡ଼ ଟାଉନ ଥାନାକୁ ପ୍ରବେଶ କରିଛି । ଯାହା ଫଳରେ ଟାଉନ ଥାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମନରେ ଛନକା ପସିଛି । ଯାହାକୁ ଦୃଷ୍ଟିରେ ରଖି ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ଅଭିଯୋଗକାରୀ ମାନେ ଗେଟ ପାଖରେ ରହି ଅଭିଯୋଗ କରି ପାରିବେ ବୋଲି ସୂଚନା ମିଳିଛି ।





