୧୧, ୧୨ ଓ ୨ ନଂ ଓା୍ୱର୍ଡ଼ କଣ୍ଟେମେଣ୍ଟ ଜୋନ ଘୋଷିତ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କିଛି ଦିନ ହେବ ସ୍ଥିର ରହିଥିବା ବେଳେ ଏବେ ପୁଣି ତାର ଭୟାବହ ଓ କରାଳ ଋପ ଦେଖାଇବା ଆରମ୍ଭ କରି ସାରିଛି । ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୨ ରହିଥିବା ବେଳେ ଆଜି ନୟାଗଡ଼ ପୈାରାଞ୍ଚଳରୁ ପୁଣି ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଔଷଧ ଦୋକାନୀ ଲିଙ୍କରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡିଆନବନ୍ଧ ସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ ହୋଇଥିବା ବେଳେ ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩୩ରେ ପହଂଚିଛି । ନୟାଗଡ଼ ସହରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଶକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ପୈାରଞ୍ଚଳର ୧୧ ନଂ ୱାର୍ଡ଼, ୧୨ ନଂ ୱାର୍ଡ଼ ଏବଂ ୨ ନଂ ଓା୍ୱର୍ଡ଼କୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହି ଅଂଚଳରେ ଲୋକମାନଙ୍କୁ ଘରୁ ବାହାରୁ ବାହାରିବାକୁ ବାରଣ କରାଯାଇଥିବା ବେଳେ ଯାନାବାହାନ ଯାତାୟତକୁ ବାରଣ କରାଯାଇଛି । ଏଥିସହିତ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ପୁଲିସ ବିଭାଗକୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।






