ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁର ନିର୍ବାଚନ ମଣ୍ଡଳୀ କୁଳାସର ପଂଚାୟତ ଅନ୍ତର୍ଗତ ନିଳପଲ୍ଲୀ ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ ପଥର ଖଣିକୁ ଆଜି ଜିଲ୍ଲା ପ୍ରଶାସନ ସିଲ କରିଛି । ସୂଚନାନୁସାରେ, ନୟାଗଡ଼ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ନିଳପଲ୍ଲୀ ଗ୍ରାମରେ ଏକ ବେଆଇନ ପଥରଖଣି ଚାଲିଥିବା ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲା । କିଛି ପଥର ମାଫିଆ ଏହି ଖଣିରେ ପରିଚାଳନା କରୁଥିବା ବେଳେ ବେଆଇନ ବ୍ଲାଷ୍ଟିଂ କରୁଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ । ଏନେଇ ଅଭିଯୋଗକୁ ଭିତ୍ତିକରି ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ସ୍ଥାନୀୟ ତହସିଲଦାର ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ଅନୁଧ୍ୟାନ ପରେ ଏଠାରେ ବେଆଇନ ବ୍ଲାଷ୍ଟିଂ କରାଯାଇଥିବା ଜଣାପଡ଼ିଥିଲା । ଫଳରେ ଏହି ପଥର ଖଣିକୁ ସିଲ କରାଯାଇଥିବା ଜଣାପଡ଼ିଛି ।






