ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ସାହି ତଥା ପାଟଚଣ୍ଡି ମନ୍ଦିର ସାହିକୁ କିଛି ଦିନ ହେବ ପିଏଚଡି ଦ୍ୱାରା ଦୂଷିତ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସାହି ବାସିନ୍ଦାମାନେ ପୈାର ନିର୍ବାହୀ ଅଧିକାରୀ୍କ ସମେତ ପିଏଚଡି କତ୍ତୁପକ୍ଷଙ୍କ ଜଣାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି । ସୂଚନାନୁସାରେ, ନୟାଗଡ଼ ସହରକୁ ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଡି) ପାନୀୟ ଜଳ ଯୋଗାଣ କରିଥାଏ । ଏହି ପ୍ରରିପେକ୍ଷିରେ ବିଭିନ୍ନ ଲୋକ ପିଏଚଡି ଦ୍ୱାରା ଘରକୁ ପାଣି ସପ୍ଲାଇ ନେଇଥିବା ବେଳେ ନିମ୍ନ ମାନର ପାଇପ କାରଣରୁ ବିଭିନ୍ନ ସ୍ଥାନରେ ପାଇପ ଫାଟି ସେଥିରେ ବର୍ଜ୍ଜ ଜଳ ମିଶି ଘରକୁ ଯାଉଥିବା ଅଭିଯୋଗ ହେଉଛି । ଏହି ପ୍ରରିପେକ୍ଷିରେ ପାଟଚଣ୍ଡି ମନ୍ଦିର ସାହିର କୈାଣସି ଏକ ସ୍ଥାନରେ ପାଣି ପାଇପ ଫାଟିବା ସହ ସେଥିରେ ଡ୍ରେନ ପାଣି ମିଶି ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ଏନେଇ ସାହି ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଅସୁବିଧା ଦୂର କରାଯାଇ ପାରୁନଥିବା ଜଣାପଡ଼ିଛି ।






