ନୟାଗଡ଼, (ବାଘୁଆବାର୍ତ୍ତା) :ନୟାଗଡ଼ ସହର ଭିତରେ ପରିବା ବଜାରକୁ ବନ୍ଦ କରି ଦିଆଯାଇ ପ୍ରଥମେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଓ ପରେ ଏବେ ପିଟିଏସ୍ ପଡ଼ିଆରେ ପରିବା ମାର୍କେଟ ଖୋଲା ଯାଇଛି । ଫଳରେ ପରିବା ବ୍ୟବସାୟୀମାନେ ଖରାରେ ସିଝୁଥିବା ବେଳେ ସହରରୁ ଦୂର ପିଟିଏସ୍ ପଡ଼ିଆକୁ ଗ୍ରାହକ ଯିବାକୁ ଅସନ୍ତୁଷ୍ଟ ହେଉଛନ୍ତି । ଯାହାକୁ ନେଇ ପରିବା ବ୍ୟବସାୟୀ ଏବଂ ସେମାନଙ୍କ ବ୍ୟବସାୟ ଏକ ପ୍ରକାର କ୍ଷତିଗ୍ରସ୍ତ ହେଉଥିବାରୁ ସହର ମଧ୍ୟରେ ଥିବା ସେମାନଙ୍କର ପରିବା ଦୋକାନ ଖୋଲିବାକୁ ପରିବା ବ୍ୟବାସାୟୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେମାନଙ୍କର ଦାବିକୁ ଗ୍ରହଣ କରି ଜିଲ୍ଲାପାଳ ବିଚାର କରି ନିଷ୍ପତ୍ତି ନେବାକୁ କହିଛନ୍ତି ।






