ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅଞ୍ଚଳର ସୁନାମଧନ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ମିଶ୍ର (୮୫)ଙ୍କ ଆଜି ପୂର୍ବାହ୍ନରେ ନିଜଗ୍ରାମ ଡିଆଁପଡ଼ାଠାରେ ପରଲୋକ ଘଟିଛି । ଗତ କିଛିଦିନ ତଳେ ନିଜଘରେ ପଡ଼ଯାଇ ମସ୍ତଷ୍କ ପ୍ରଦାହ ଯୋଗୁଁ ଭୁବନେଶ୍ୱରସ୍ଥ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ନିଜ ବାସଗୃହକୁ ଦୁଇଦିନ ତଳେ ଫେରାଇ ଅଣାଯାଇଥିଲା । ସ୍ୱର୍ଗତ ମିଶ୍ରଙ୍କ ଦୁଇ ପୁତ୍ର ଏବଂ ୪ଟି କନ୍ୟା ସନ୍ତାନ ଥିବା ବେଳେ ତାଙ୍କ କନିଷ୍ଠ ପୁତ୍ର ବଟକୃଷ୍ଣ ମିଶ୍ର ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘର ସଂପାଦକ ଅଟନ୍ତି । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଜଣେ ଆଦର୍ଶ ଶିକ୍ଷକଭାବେ ବେଶ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।






