ପଣ୍ଡିତ ବିନାୟକ ମିଶ୍ର ଜୟନ୍ତୀ ପାଳିତ, ଭିସିରେ ସାହିତ୍ୟ ଆଲୋଚନା
ନୟାଗଡ଼଼, (ବାଘୁଆବାର୍ତ୍ତା) : ସାରସତ୍ୱ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ଭିସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ +୨ ଠାରୁ ଉର୍ଦ୍ଧ୍ୱ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଭୟ ବକ୍ତୃତା ଓ କବିତା ପାଠ ପ୍ରତିଯୋଗୀତା କରାଯାଇଥିଲା । ବକ୍ତୃତା ପ୍ରତିଯୋଗୀତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରିତୀପ୍ରଭା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିଭଳି ଭାବେ ସୃଷ୍ଟି ସୈାରାଭ ମିଶ୍ର ଦ୍ୱିତୀୟ ଏବଂ ସୃଷ୍ଟି ସମୀକ୍ଷା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ଏହି ଅବସରରେ ଆୟୋଜିତ ସ୍ୱରଚିତ କବିତା ପାଠ ଉତ୍ସବରେ ୨୯ ଜଣ ଛାତ୍ରଛାତ୍ରୀ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରୁ ସୃଷ୍ଟି ସୈାରଭ ମିଶ୍ର ପ୍ରଥମ, ଜୀବନଜ୍ୟୋତି ଷଡ଼ଙ୍ଗୀ ଏବଂ ସୁନିତା ଗୋଚ୍ଛାୟତ ଦ୍ୱିତୀୟ, ଜ୍ୟୋତିମର୍ୟୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଚଳିତବର୍ଷ ଆୟୋଜକ ସଂସ୍ଥା ପକ୍ଷରୁ କଥାକାର ଦେବାଶିଷ ସାମନ୍ତରାୟଙ୍କୁ ‘ତଥାସ୍ତୁ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି । ତଥାସ୍ତୁ ସଂପାଦକ ତଥା କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଖଡ଼ଗପୁର ମହାବିଦ୍ୟାଳୟ ସହକାରୀ ଅଧ୍ୟାପକ ଡ. ଜଗମୋହନ ଆଚାର୍ଯ୍ୟ ଯୋଗ ଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ସାହିତ୍ୟ ତଥା ଗବେଷଣା ଓଡ଼ିଶାକୁ ନୂତନ ଦିଗଦର୍ଶନ ଦେଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୃଷିକେଶ ଦାଶ, ଦିଲ୍ଲୀପ କୁମାର ସାହୁ, ସୁଦର୍ଶନ ପ୍ରଧାନ, ଗିରୀଶ ରଂଜନ ସାହୁ, ମମତା ମଂଜରୀ ଦେବୀ, ଉର୍ମିଳାବାଳା ମିଶ୍ର, ବିଜୟ କୁମାର ରଥ ପ୍ରମୂଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଗୋକୁଳ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପକ୍ଷେ, ଆଜି ପୂର୍ବାହ୍ନରେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଥିବା ପଣ୍ଡିତ ବିନାୟକ ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।






