ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଆଜି ବ୍ଲକ କନଫେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ଅଧିବେଶନରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ଏøଶ୍ୱର୍ଯ୍ୟା ଭୂୟାଁ ଓ ସାଂସଦଙ୍କ ପ୍ରତିନିଧି ପ୍ରଦୀପ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ବିଡିଓ ଆଜି ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତିକୁ ଦୃଢ଼ିକରଣ କରାଯାଇଥିଲା ।

ଆଜି ଅନେକ ବିଭାଗର ଅଧିକାରୀ ମାନେ ଯୋଗ ଦେଇନଥିବାରୁ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁ ବିଭାଗର ଅଧିକାରୀ ମାନେ ଆସୁ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯାଉ ବୋଲି ପ୍ରସ୍ତାବ ରଖିଥିଲେ । ମୁଖ୍ୟତଃ ଆଜି ବିକାଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଉପରେ ଅଧୀକ ଫୋକସ କରାଯାଇଥିଲା । ଠିକ ସମୟରେ ପଞ୍ଚାୟତ ସ୍ତରରୁ ପାଞ୍ଚ ବର୍ଷିଆ ଯୋଜନା କରି ପଠାଇବା ପାଇଁ ଆଲୋଚନା କରାଯାଇଥିଲା । ଏଥି ସହିତ କୃଷି, ବିଜ୍ଞାନ କୃଷି, ଜଙ୍ଗଲ ଓ ପରିବେଶ, ମେଗା ପାନୀୟ ଜଳ ଓ ମନରେଗା ଉପରେ ଆଲୋଚନା କରାଯାଇଥିଲା ।

ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ବର୍ଦ୍ଧିତ ଭତ୍ତାକୁ ନେଇ ତୁମ୍ବି ତୋଫାନ କରିଥିଲେ । ଭତ୍ତା ବିଭାଗର କର୍ମଚାରୀ ମାନେ ଚଞ୍ଚକତା କରୁଥିବା ଅଭିଯୋଗ କରିଥିଲେ । ପ୍ରକୃତ ହିତାଧିକାରୀ ମାନେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଥିଲେ । ନୂତନ ବିଡିଓ ପାଞ୍ଚ ଦିନ ମଧ୍ୟରେ ତଦନ୍ତ କରି ଜଣାଇବେ ବୋଲି ପ୍ରତିଶୃତି ଦେବାରୁ ଏହି ତୁମ୍ବି ତୋଫାନ ବନ୍ଦ ରହିଥିଲା । ଆଜିର ଏହି ବୈଠକରେ ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ, ସନ୍ତୋଷ କୁମାର ମଲ୍ଲୀକ, ଏପିଓ ମିଟନ ମହାପାତ୍ର, ଜିପିଓ ତୁଷାରକାନ୍ତ ନାୟକ, ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।






