ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ଗାଁ ଥାନା ଅନ୍ତର୍ଗତ ଦଳକ ଗ୍ରାମର ଜାରିଙ୍ଗି ନୂଆସାହିର ଜଣେ ୬୦ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କୁ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏହି ବୃଦ୍ଧ ବ୍ୟକ୍ତି ହେଲେ ନୂଆସାହିର ଦୁର୍ଯ୍ୟୋଧନ ବାରିକ । ସୂଚନାନୁସାରେ, ଗତ ଶନିବାର ସଂନ୍ଧ୍ୟା ସମୟରେ ଜଣେ ନାବାଳିକ ନିଜ ଘରେ ଥିବା ବେଳେ ତାଙ୍କ ଘରେ ଅନ୍ୟ କେହି ନଥିଲେ । ଏହାର ସୁଯୋଗ ନେଇ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଏକ ଅର୍ଦ୍ଧ ନିର୍ମିତ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ଅନୁସନ୍ଧାନ କରିବା ସହ ଉଭୟଙ୍କ ଡାକ୍ତରିମାଇନା କରାଇ ୨୮/୨୦ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ଦୁର୍ଯୋଧନଙ୍କୁ ଗିରଫ କରିଛି ।






