Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଜାପିତା ବ୍ରହ୍ମାକୁମାରୀ ପାଠଶାଳା ଓ ୩୭ତମ ବାର୍ଷକୋତ୍ସବ

by ସଞ୍ଜୟ ସ୍ୱାଇଁ
February 23, 2020
in Lifestyle
ପ୍ରଜାପିତା ବ୍ରହ୍ମାକୁମାରୀ ପାଠଶାଳା ଓ ୩୭ତମ ବାର୍ଷକୋତ୍ସବ
31
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ଗାଁ ବ୍ଳକ ନନ୍ଦିଘୋର ଗ୍ରାମରେ ନୟାଗଡ଼ ଜିଲ୍ଲା ସ୍ତରୀୟ ପ୍ରଜାପିତା ବ୍ରହ୍ମକୁମାରୀ ପାଠଶାଳା ଓ ୩୭ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାର ସମସ୍ତ କେନ୍ଦ୍ର ଏବଂ ସମ୍ବଲପୁର, ଅନୁଗୁଳୁ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଶତାଧିକ ବ୍ରହ୍ମାକୁମାର ଭାଇ ଓ ଭଉଣୀମାନେ ମିଳିତ ହୋଇ ପୂର୍ବାହ୍ନ ୯ଟା ସମୟରେ ଏକ ସୁସଜ୍ଜିତ ରଥରେ ଲକ୍ଷ୍ମୀନାରାୟଣଙ୍କୁ ବିରାଜିତ କରି ଗ୍ରାମ ପରିକ୍ରମା କରିଥିଲେ । ପରେ ନନ୍ଦିଘୋର ଜଗନ୍ନାଥ ମନ୍ଦିର ନିକଟରେ ଓଁଶାନ୍ତିର ଜିଲ୍ଲା ମୂଖ୍ୟ ପରିଚାଳିକା ମିନି ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ପାଠଶାଳାର ଆୟୋଜନ କରାଯାଇଥିଲା । ଏଥିରେ ନୟାଗଡ଼ ବିଧାୟକ ତଥା କୃଷି ଏବଂ କୃଷକ ସଶକ୍ତିକରଣ, ପଶୁପାଳନ, ମତ୍ସ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣକୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଠଶାଳାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଶ୍ୱେତଲିନା ମିଶ୍ର, ବିଭୁପ୍ରସାଦ ସାହୁ ଯୋଗ ଦେଇଥିଲେ । ନିଜେ ଶାନ୍ତିରେ ବଂଚିରହିବାକୁ ହେଲେ ନିଜ ପରିବେଶ ଏବଂ ଅନ୍ୟମାନଙ୍କୁ ଶାନ୍ତିରେ ରଖିବାର ଆବଶ୍ୟକତା ରହିଛି । ଏହି ଦିଗଦର୍ଶନ କେବଳ ଓଁମ୍ ଶାନ୍ତିରେ ସମ୍ଭବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ମାଉଁଟଆବୁରୁ ଆସିଥିବା ବ୍ରହ୍ମକୁମାର ସୁରନ୍ଦ୍ର ଭାଇ, ବ୍ରହ୍ମପୁରର ଯୁଡିସିଆଲ ମାଜିଷ୍ଟ୍ରେଟ ସରୋଜିନୀ ଭଉଣୀ, ପ୍ରମୋଦଭାଇ, ମଞ୍ଜୁ ଭଉଣୀ ଯୋଗଦେଇ ଶିବବାବାଙ୍କ ଉପସ୍ଥିତ ଭାଇଭଉଣୀ ମାନଙ୍କୁ ସନ୍ଦେଶ ପଦାନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ୨ୟ ଅଧିବେଶନରେ କଟକ ଓ ଭୁବନେଶ୍ୱରରୁ ଆସିଥିବା ସରଳ ଭଉଣୀ ଓ ବିଜୟଭାଇ ଜୀବନର ମୂଲ୍ୟ ସମ୍ପର୍କରେ ମୂଲ୍ୟବାନ ପ୍ରବଚନ ପ୍ରଦାନ କରିଥିବା ବେଳେ କ୍ରାନ୍ତି ଭୁବନେଶ୍ୱର ପକ୍ଷରୁ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ଓଡ଼ଗାଁ ଶାଖାର ବାସନ୍ତି ଭଉଣୀ ଓ ଗଜେନ୍ଦ୍ର ଭାଇ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମର ସଫଳ ରୁପାୟନ ହୋଇପାରିଥିବା ବେଳେ ବ୍ରହ୍ମକୁମାର ଡ. ପ୍ରମୋଦ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!