ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟବର୍ତ୍ତୀ ନନ୍ଦିଘୋର ନିକଟବର୍ତ୍ତୀ ଯାତ୍ରାବରପାଟଣା ଗ୍ରାମର ରାଜ୍ୟସ୍ତରୀୟ କଳାକାର, ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ପାତ୍ରଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି । ଆଜି ସେ ନିଜ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ । ତାଙ୍କ ସଙ୍ଗେ ସଙ୍ଗେ ଶରଣକୂଳ ଡାକ୍ତରଖାନା ନିଆ ଯିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମା ମଙ୍ଗଳା, କଳିଙ୍ଗ ଅପେରା ନାଟକରେ ଦୀର୍ଘ ୧୬ ବର୍ଷମଧ୍ୟରେ ୫୦ରୁ ଉଦ୍ଧ୍ର୍ବ ନାଟକରେ ଅଭିନୟ କରିଥିବା ଏହି କଳାକାର ଫୁଲ ଆଣିଛି ଫୁଲବାଣୀରୁ ନାଟକରେ ଫୁଲର ବାପା ତଥା ଗା ମୁଖିଆ ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ୧୯୯୬ ମସିହାରେ ତାଙ୍କୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅଧୁନା ସେ ଏହି ଅଂଚଳର ଜଣେ ଦକ୍ଷ ନାଟ୍ୟ ନିର୍ଦ୍ଦେଶକ ଭାବେ ପରିଚୟ ଲାଭ କରିଥିଲେ । ତାଙ୍କର ମୃତ୍ୟୁରେ ଅଂଚଳରେ ଗଭୀର ଶୋକର ଚାୟା ଖେଳି ଯାଇଛି ।





