Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିରେ ମିଶିଲେ ୧୨୦ ଭାଜପା କର୍ମୀ

by ସଞ୍ଜୟ ସ୍ୱାଇଁ
March 12, 2020
in Feature News
ବିଜେଡିରେ ମିଶିଲେ ୧୨୦ ଭାଜପା କର୍ମୀ
15
VIEWS
Share on FacebookShare on Twitter

ଓଡ଼ଗାଁ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ

ନୟାଗଡ଼, (ବାଘୁଆବାର୍ତ୍ତା) : ଗୁରବାର ଅପରାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ ଓଡ଼ଗାଁ ମିନିଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମାରୋହରେ ଯୋଗଦେଇ ଓଡ଼ଗାଁ ବ୍ଲକର ୧୮ ଟି ପଂଚୟତ ଓ ଏନଏସିକୁ ମହାନଦୀରୁ ପାନୀୟ ଜଳ ଯୋଗାଣ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ପ୍ରତି ପଂଚାୟତରେ ବିଶ୍ୱ ସ୍ତରୀୟ ହାଇସ୍କୁଲ ନିର୍ମାଣ ଯୋଜନା ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ । ଜନସଂଖ୍ୟା ବୃଦ୍ଧି କାରଣରୁ ମହାନଦୀରୁ ନୟାଗଡ଼ ପାନୀୟ ଜଳ ଯୋଗାଣ ଯୋଜନା ଓଡ଼ଗାଁକୁ ସଂପ୍ରସାରଣ କରାଗଲେ ସ୍ଥାନୀୟ ଅଂଚଳରୁ ଜଳାଭାବ ଜନିତ ସମସ୍ୟା ଦୂର ହୋଇପାରିବ । କଟକ ବଡ଼ ଡାକ୍ତରଖାନାକୁ ବିଶ୍ୱ ସ୍ତରୀୟ ଡାକ୍ତରଖାନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତି ସମୟରେ ଜିଲ୍ଲା ଏବଂ ବ୍ଲକରେ ଉନ୍ନତ ମାନର ଡାକ୍ତରଖାନା ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ଯୋଗଦେଇ ପୂର୍ବତନ ସରପଂଚ ଦିବାକର ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଓଡ଼ଗାଁ ବିଜୁ ଜନତାଦଳ ସଭାପତି ରବୀନ୍ଦ୍ରନାଥ ପୃଷ୍ଟି, ନୟାଗଡ଼ ନିର୍ବାଚନ ମଣ୍ଡଳି ସଭାପତି ଗଙ୍ଗାଧର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନଳିନୀପ୍ରଭା ସେଠୀ, ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଭୁବନେଶ୍ୱରରୁ ଆସିଥିବା ଦଳୀୟ ପର୍ଯ୍ୟବେକ୍ଷକ ରୁନୁ ଜେନା, ମୀରା ପରିଡା ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହିତ ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଶହସ୍ରାଧିକ ବିଜୁପ୍ରେମୀ, ସମର୍ଥକ ମାନଙ୍କୁ ସୂଚନା ଦେଇଥିଲେ । ରୋହିବାଙ୍କ ପଂଚୟତର ଶତାଧିକ ଭାଜପା କର୍ମୀ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେଇଥିଲେ । ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!