ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାର ମାଓ ପ୍ରବଣ ଜିଲ୍ଲା ଭାବେ ଦୀର୍ଘବର୍ଷ ଧରି ପରିଗଣିତ ହୋଇ ଆସିଥିବା ନୟାଗଡ଼ ଜିଲ୍ଲା ଆଜି ମୁକ୍ତ ହୋଇଛି । ଜିଲ୍ଲାରେ ମାଓବାଦୀଙ୍କ ପ୍ରଭାବ କିଛିବର୍ଷ ଧରି ନଥିବାରୁ ଏହାକୁ ମୁକ୍ତ କରାଯାଇଥିବା ଜଣାଯାଇଛି । ରାଜ୍ୟ ସରକାର ନୟାଗଡ଼ ସମେତ ୫ଟି ଜିଲ୍ଲାକୁ ମାଓ ପ୍ରବଣ ମୁକ୍ତ କରିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଟ୍ୟୁଟ୍ ଯୋଗେ ସୂଚନା ଦେଇଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ବୈାଦ୍ଦ, ଅନୁଗୁ. ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ରହିଥିବା ଜଣାଯାଇଛି । ଏହି ଖବରକୁ ନେଇ ଜିଲ୍ଲା ପୁଲିସ ବିଭାଗରେ ଏକ ଖୁସିର ବାତାବରଣ ଖେଳି ଯାଇଛି ।





