Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକଣା ବେଳେ ରାଜ କରୁଛି ବ୍ରାଉନସୁଗାର ଓ କୋରେସ୍କ

by ସଞ୍ଜୟ ସ୍ୱାଇଁ
March 25, 2020
in Feature News
କଟକଣା ବେଳେ ରାଜ କରୁଛି ବ୍ରାଉନସୁଗାର ଓ କୋରେସ୍କ
20
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କରୋନା କଟକଣା ପ୍ରଭାବରେ ନୟାଗଡ଼ ସହରରେ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏବେ ବ୍ରାଉନସୁଗାର ଓ କୋରେସ୍କ ରାଜ କରୁଛି । ନିଶା ବ୍ୟବସାୟୀ ଏବଂ ନିଶାଡ଼ି ତାଙ୍କ କାରବାରକୁ ଅକ୍ଲେଷରେ ଚଲାଇଥିବା ବେଳେ ପୁଲିସ ଜାଣି ଅଜଣା ହେବାର ଅଭିନୟ କରୁଛି । ସୂଚନାନୁସାରେ, ନୟାଗଡ଼ ସହରର ମୁଖ୍ୟ ଛକ ପାଖରେ କରୋନାର ପ୍ରଭାବ ଦେଖା ଯାଉଥିବା ବେଳେ ନିକଟସ୍ଥ ସିନ୍ଦୁରିଆ ଗ୍ରାମରେ ଏହାର ପ୍ରଭାବ ପରିଲକ୍ଷିତ ହେଉନାହିଁ । ନିଶା ମାଫିଆଙ୍କର ଆଡ୍ଡାସ୍ଥଳୀ ବନିଛି ସିନ୍ଦୁରିଆ । ସିନ୍ଦୁରିଆ ମୁଖ୍ୟ ରାସ୍ତା ଉପରେ ଟିଣ ଘର ଭିତରେ ଚାଲିଛି କୋରେସ୍କ ବେପାର ଏବଂ ଗାଁ ଭିତରେ ଚାଲିଛି ବ୍ରାଉନୁସୁଗାର କାରବାର । ସହରକୁ ପୁଲିସ କାବୁ କରିଥିବା ବେଳେ ସିନ୍ଦୁରିଆକୁ ଏହାର ପ୍ରଭାବ ପଡ଼ି ନାହିଁ । ଯାହା ଫଳରେ ନୟାଗଡ଼ ସହରର ନିଶାଡ଼ି ଏବେ ସିନ୍ଦୁରିଆ ମୁଁହା । ସେହିଭଳି ନୟାଗଡ଼ ନିକଟସ୍ଥ ବୋଦାପଡ଼ା ଏବଂ ଗୋଡ଼ିସାହିରେ ଏହି ନିଶାର ପେଣ୍ଠସ୍ଥଳି ପାଲଟିଛି । ଏଠାରୁ ବ୍ରାଉନସୁଗାର ଏବଂ ଗଂଜେଇ ନୟାଗଡ଼ ସିନ୍ଦୁରିଆ ଅଣାଯାଇ ଖୁଚୁରା କରାଯାଉଛି । ଅନ୍ୟପକ୍ଷେ, ମଦ୍ୟପାନ କରୁଥିବା ବ୍ୟକ୍ତି ଏବେ ବାରବାଟି ଗ୍ରାମରେ ଚାଲିଥିବା ବେଆଇନ ଦେଶୀ ମଦ କାରବାର ଉପରେ ନିର୍ଭରଶୀଳ । ପୁଲିସର ଦାଣ୍ଡପଟ ସୁନ୍ଦର ଦେଖା ଯାଉଥିବା ବେଳେ ବାରପଟ ଏବେ ଦୁର୍ଗନ୍ଧମୟ ହୋଇଛି । କରୋନାକୁ ନେଇ ପୁଲିସ ସହରରେ ନାକାବନ୍ଦୀ କରୁଥିବା ବେଳେ ନିଶା ବ୍ୟବସାୟୀଙ୍କ ପାଖରେ ପହଂଚି ପାରୁ ନାହିଁ । ଯାହାକୁ ନେଇ ସିନ୍ଦୁରିଆ ଓ ଆଖପାଖ ମୈାଜାରେ ରହୁଥିବା ଭ୍ରଦବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କଲେଣି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!