ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ନାଟୁଗାଁ ପଂଚାୟତରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ନିର୍ମାଣ ଶ୍ରମିକ ଶାଖା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିନୋଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ନିର୍ମାଣ ଶ୍ରମିକ ଯୋଗ ଦେଇ ସେମାନଙ୍କ ଅସୁବିଧା ସଂମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କୁ କିଛିଦିନ ତଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସହାୟତା ରାଶି ବଣ୍ଟନ କରିଥିବାରୁ ଶ୍ରମ କାର୍ଯ୍ୟାଳୟକୁ ଧନ୍ୟବାଦ ଦିଆଯାଇଥିଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ ପଂଚାୟତ ସ୍ତରୀୟ ସଂଗଠନକୁ ମଜବୁତ କରିବା ଏବଂ ସରକାର ଯେଉଁ ସହାୟତା ରାଶି ପ୍ରଦାନ କରୁଛି ତାହା କିପରି ଶ୍ରମିକମାନେ ସଠିକ ଭାବରେ ପାଇବେ ଏହା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ରଘୁନାଥ ସ୍ୱାଇଁ ଏବଂ ପିତବାସ ପରିଡ଼ା ଯୋଗ ଦେଇଥିଲେ ।





