ନୟାଗଡ଼, ( ବାଘୁଆବାର୍ତ୍ତା), ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର l ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି l ତେବେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଥିବା ସ୍ଵଧାଦେବ ସିଂଙ୍କୁ ରାଜ୍ୟ ସରକାରଙ୍କ ପାନୀୟ ଜଳ ଓ ପଞ୍ଚାୟତରାଜ ବିଭାଗର ଆଡିସନାଲ ସେକ୍ରେଟାରୀ ଭାବେ ବଦଳି କରାଯାଇଥିବା ବେଳେ 2019 ବ୍ୟାଚର ଆଇଏଏସ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି l ତେବେ ଏହାପୂର୍ବରୁ ଆଇଏଏସ ଅଧିକାରୀ ଅକ୍ଷୟ ସୁନିଲ ଅଗ୍ରୱାଲ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ଯୁବ ଆଇଏଏସ ଭାବେ ପରିଚିତ ଅକ୍ଷୟ ସୁନିଲ ଅଗ୍ରୱାଲ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉର୍ନ୍ନତି କରିବେ ଆଶା ଓ ବିଶ୍ୱାସ ରଖିଛନ୍ତି ନୟାଗଡ଼ ଜନସାଧାରଣ l






