ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ସୂଚନା । ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ନୟାଗଡ଼ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ । ସୂଚନାନୁସାରେ, ରବିବାର ବିଳମ୍ବିତ ରାତି ସାଢେ ୧ ଟା ସମୟରେ ନୟାଗଡ଼ ନୂଆ ବସଷ୍ଟାଣ୍ଡ ଠାରେ ମୁହାଁମୁହିଁ ୭୦୯ଗାଡି ଓ ପିକପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ପିକପ୍ ଗାଡ଼ି ଚାଳକ ଜଟଣି ଥାନା ବେଲପଡା ଗ୍ରାମର କୃଷ୍ଣଚନ୍ଦ୍ର ପଟ୍ଟନାୟକ (୩୫) ଓ ହେଲପରଙ୍କ ଇଲେକ୍ଟ୍ରି କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ୭୦୯ ଗାଡ଼ି ନଂ(ଓଡି ୦୨ଏଜି ୪୧୦୪) ଓ ପିକପ୍ ଗାଡ଼ି ନଂ(ଓଡି ୩୩ବି ୬୯୩୫) ଘଟଣାସ୍ଥଳରୁ ଜବତ୍ କରି ଥାନାକୁ ଆଣିବା ସହ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।





