ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ତୃତୀୟ ଦିବସ ଆଜି ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟ. ଚଳଚ୍ଚିତ୍ର ଅଭିନେତା ସନ୍ତୋଷ କୁମାର ନାୟକ ପ୍ରମୂଖ ଯୋଗ ଦେଇଥିଲେ । ନୟାଗଡ଼ରେ ନାଟ୍ୟ ପରମ୍ପରା ପୂର୍ବରୁ ରହି ଆସିଥିବା ବେଳେ ଏବେ ମଧ୍ୟ ଏହା ବଜାୟ ରହିଥିବା ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିବା ସହ ନୟାଗଡ଼ ଭଳି ସ୍ଥାନରେ ଆୟୋଜକମାନଙ୍କ ଆଗ୍ରହରୁ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବକୁ ପ୍ରଶଂସା କରିଥିଲେ ।

ତୃୃତୀୟ ଦିବସରେ ତାଳଚେରର ଆମେ ବଞ୍ଚିଛୁ ଅନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଥିଲା ନାଟକ ‘ଏଠି ଗୋଟେ ଗାଁ ଥିଲା’ । ଔପନ୍ୟାସିକ ରଶ୍ମି ରାଉଳଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲାକୁ ନାଟ୍ୟରଋପ ଦେଇଛନ୍ତି ମୁକୁନ୍ଦ ଶତପଥୀ । ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଏହି ନାଟକଟିରେ ଗାଁ ପ୍ରତି ମୂହୂର୍ତ୍ତରେ ହଜୁଛି ଥିବା ନେଇ ଚିତ୍ର ଉପସ୍ଥାପନ କରାଯାଇଛି । ଗାଁର ସାଂସ୍କୃତିକ ଓ ସାମାଜିକ ଜୀବନରେ ଆଜି ବହୁତ ପରିବର୍ତ୍ତନ ଦେଖା ଦେଛି । ଗାଁ ତା ଅଜାଣତରେ ସହରଟିଏ ହେଉଛି । ନାହିଁ ମଣିଷ ଭିତରେ ବନ୍ଧନ, ନାହିଁ ମଣିଷ ଭିତରେ ଭଲପାଇବା । ଜୀବନ ହୋଇଯାଇଛି କଂକ୍ରିଟ ଜଙ୍ଗଲ । ଏମିତି ଏକ ବାର୍ତ୍ତା ଦେଇ ନାଟକଟି ପରିବେଶିଷ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତଚ୍ଛ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡ଼ିଛି ।






