Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

by Anil Panda
June 28, 2020
in Breaking, Crime
ନାବାଳିକା ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ
63
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଏକୁଟିଆ ଥିବା ଅବସ୍ଥାରେ ନିଜ ଶାଳୀକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । ଗଣିଆ ଥାନା ଅଂଚଳରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କ ଏତଲାକୁ ଆଧାର କରି ଦୁଷ୍କର୍ମକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଲକ ଓସ୍ତିଆ ଗ୍ରାମର ଦୟାନିଧି ନାୟକଙ୍କ ପୁଅ ମୁନା ନାୟକ ଏହି ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ୬ମାସ ତଳୁ କଟକରେ ରହୁଥିଲେ । ମୁନା କିଛିଦିନ ତଳେ ନିଜ ସ୍ତ୍ରୀଙ୍କୁ ଧରି ଶ୍ୱଶୁର ଘରକୁ ବୁଲି ଆସିଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ଉଭୟ ଆଉ କଟକ ଫେରି ପାରି ନଥିଲେ । ଶ୍ୱଶୁର ଘରେ ରହୁଥିବା ସମୟରେ ଗତ ୨୪ ତାରିଖ ଦିନ ଅଭିଯୁକ୍ତ ମୁନାର ଶାଳୀ ବାରିପଟକୁ ଝାଡ଼ା ଯାଇଥିବା ବେଳେ ତାକୁ ଏକୁଟିଆ ପାଇ ତା ସହିତ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ତତେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ଘଟଣା ସମ୍ପର୍କରେ ନିଜ ଭଉଣୀଙ୍କୁ ଜଣାଇଥିଲେ । ତେବେ ନାବାଳିକାର ଭଉଣୀ ଗଣିଆ ଥାନାରେ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଏତେଲା ଦେଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗଣିଆ ପୋଲିସ ଅଭିଯୁକ୍ତ ମୁନାକୁ ଥାନାକୁ ଆଣି ପଚରାଉଚରା କରିଥିଲେ । ତେବେ ଅଭିଯୁକ୍ତ ସମସ୍ତ ଘଟଣା ପୋଲିସକୁ ଜଣାଇବା ସହିତ ନିଜ ଦୋଷ ସ୍ୱୀକାର କରିଥିଲେ । ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଜଣାଇଛନ୍ତି । ତେବେ ମୁନା ପ୍ରେମ ବିବାହ କରିଥିବା ବେଳେ ବିବାହର ୬ ମାସ ନପୁରୁଣୁ ଏଭଳି କାଣ୍ଡ ଘଟାଇବାର ରହସ୍ୟ ଜଣାପଡି ନାହିଁ ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!